କାଶୀନଗର (ପ୍ରଶାନ୍ତ ସାହୁ) ଗଜପତି ଜିଲ୍ଲା ଶତାବ୍ଦୀର ସବୁଠୁ ବଡ ମହାମାରୀ କୋରାନା ଲଢେଇରେ ଟିକା ହେଉଛି ସୁରକ୍ଷା କବଚ। ସଚେତନତା ହିଁ ପରିବର୍ତ୍ତନ ର ଚାବିକାଠି।କାଶୀନଗର ବ୍ଲକ୍ ପାର୍ତଡା ଏକ ଆଦିବାସୀ ବହୁଳ ପଞ୍ଚାୟତ। ୪୫ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତିମାନଙ୍କୁ ପ୍ରଥମ କୋଭିଡ-୧୯ ଟୀକା ଦେବାପାଇଁ ସେଠାରେ ସୋମବାର ଦିନ ପୂର୍ବ ଯୋଜନା ଅନୁଯାଇ କେନ୍ଦ୍ର ଖୋଲା ଯାଇଥିଲା। ସ୍ଥାନୀୟ ଗୋଷ୍ଠିସ୍ଵାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ୧୦୦ଟି ଡୋଜ ନେଇ ପୂର୍ବାହନରେ ପଂଚାୟତ କାର୍ଯ୍ୟାଳୟ ରେ ସି ଡି ପି ଓ କିଛି ଆଶାକର୍ମୀ ଓ ଅଙ୍ଗଣବଡିକର୍ମୀ ପହଞ୍ଚିଥିଲେ। ତେବେ ଦିନ ୨ଟା ପର୍ଯ୍ୟନ୍ତ ଅପେକ୍ଷା କଲା ପରେ ବି ଜଣେ ବି ବ୍ୟକ୍ତି ଟୀକା କେନ୍ଦ୍ର ନିକଟକୁ ଟୀକା ନେବାକୁ ଆସିନଥିଲେ। ସ୍ୱାସ୍ଥ୍ୟକର୍ମଚାରୀ ମାନେ ବ୍ଲକ୍ କାର୍ଯ୍ୟାଳୟ କୁ ଏ ସମ୍ପର୍କ ରେ ଜଣାଇବା ପରେ ବ୍ଲକ୍ ର ଜଣେ କର୍ମଚାରୀ ସହକାରୀ ଯନ୍ତ୍ରୀ (ବିଶ୍ୱଜିତ୍ ମହାରଣା) ପାର୍ତଡାରେ ପହଞ୍ଚି ଲୋକମାନଙ୍କୁ ବୁଝାଇବା ସହ ଟୀକା ନେବାପାଇଁ ନିବେଦନ କରିଥିଲେ।ତେବେ ଏହା ଫଳପ୍ରଦ ହୋଇପାରି ନ ଥିଲା। ଶେଷରେ ସ୍ୱାସ୍ଥ୍ୟ ବିଭାଗ କର୍ମଚରୀମାନେ ଜଣେ ବି ବ୍ୟକ୍ତିଙ୍କୁ ଟୀକା ଦେଈ ନପାରି ଫେରିଥିଲେ ମୁଖ୍ୟ ଦପ୍ତରକୁ। ଏ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଆଲୋଡନ ପ୍ରକାଶ ପାଇଛି। ଆଦିବାସୀ ମାନଙ୍କ ଟୀକା ନେବାପାଇଁ ଅନୁକୂଳ ମନଭାବ ନ ଥିବା ବେଳେ,ସେମାନଙ୍କୁ ସଚେତନତା କରିବା ପାଇଁ ବ୍ଲକର ନୋଡାଲ ଅଫିସର ଓ ସ୍ଥାନୀୟ ସରପଞ୍ଚ ଏବଂ ଅନ୍ୟ ଲୋକ ପ୍ରତିନିଧିମାନେ କାହିଁକି ଟୀକା ନେବା ପୂର୍ବରୁ ମହାମାରୀ କୋରାନାର ପ୍ରକୋପ ଓ ଟୀକା ବିଷୟ ଉପରେ ସଚେତନତା କରାଇବାରେ ପଦକ୍ଷେପ ନେଲେ ନାହିଁ ବୋଲି ପ୍ରଶ୍ନ ଉଠୁଛି। କୋରନାର ଦୂତୀୟ ଲହରୀ ରେଏହି ପଞ୍ଚାୟତରେ ଆଜି ସୁଦ୍ଧା ଗୋଟିଏ ମାତ୍ର ୪ବର୍ଷର ଶିଶୁ କୋରଣାରେ ସଂକ୍ରମିତ ହୋଇଥିଲା। ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଥିବା ବେଳେ ସେମାନେ ନିଜ ପଞ୍ଚାୟତର ଲୋକମାନଙ୍କୁ ଟୀକା ନେବା ଦ୍ଵାରା ଜୀବନ ପ୍ରତି କେତେ ସହାୟକହୋଇପାରିବ ତାହା ପ୍ରବର୍ତ୍ତାଇ ନପାରିବା ଏକ ଦୁର୍ଭାଗ୍ୟ ଜନକ ବୋଲି ମତ ପ୍ରକାଶ ପାଇଛି।
ପାର୍ତଡା ପଞ୍ଚାୟତବାସୀ ସମୂହ ଟିକା ବର୍ଜନ: ସ୍ବାସ୍ଥ୍ୟ ବିଭାଗ ନାକେଦମ୍
Share with