Home Breaking News / ତାଜା ଖବର ରାୟଗଡରେ ସାବିତ୍ରୀ ବ୍ରତ କଟକଣା ସତ୍ତ୍ୱେ ପାଳିନ ହେଲା

ରାୟଗଡରେ ସାବିତ୍ରୀ ବ୍ରତ କଟକଣା ସତ୍ତ୍ୱେ ପାଳିନ ହେଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ସତ୍ୟବାନ ଓ ସାବିତ୍ରୀ ଲୋକ କଥା ପ୍ରଚଳିତ ରହିଛି। ସେହି ମହିଳାର ଅଦମ୍ୟ ସାହସ ଓ ଭକ୍ତି ଆଗରେ ନ୍ୟାୟ କାରି ଦେବତା ଯମଙ୍କ କବଳରୁ ମୃତ୍ୟୁକୁ ଜୟ କରି ନିଜ ସ୍ୱାମୀଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିବାରେ ସାବିତ୍ରୀ ସଫଳ ହୋଇଥିଲେ। ସେହି ଦିନରୁ ପ୍ରତ୍ୟେକ ହିନ୍ଦୁ ବିବାହିତ ମହିଳା ମାନେ ଆଜି ପର୍ଯ୍ୟନ୍ତ ଆଜିର ଦିନକୁ ଏକ ବିଶେଷ ଦିନ ଭାବେ ପାଳନ କରିଥାନ୍ତି। ଏହି ପର୍ବରେ ଜଣେ ପୁଣ୍ୟ ବିବାହିତ ସ୍ତ୍ରୀ ଲୋକ ମାନେ ନିଜ ନିଜ ସ୍ୱାମୀଙ୍କ ଲମ୍ବା ଆୟୁ ପାଇଁ ବ୍ରତ ରଖିଥାନ୍ତି। କରନା କଟକଣା ର ଦ୍ଵିତୀୟ ଲହରୀ ପ୍ରକୋପ ଜାରୀ ରାଗିଥିବା ବେଳେ ଫଳ ଫୁଲ ପୂଜା ସାମଗ୍ରୀ ସବୁ ଆକାଶ ଛୁଆଁ ଦର ହୋଇଥିବା ବେଳେ ବି ସାବିତ୍ରୀ ମାନଙ୍କ ବ୍ରତ ବାଦ ପଡ଼ିନାହିଁ। ଏହି ବ୍ରତରେ ବ୍ରତ ଧାରୀମାନେ ସକାଳୁ ଉଠି ସ୍ନାନ କରି ଶୁଦ୍ଧପୂତ ହୋଇ ସବୁ ସାମଗ୍ରୀକୁ ସଜାଡି ନିର୍ଯଳ ଉପବାସ ରହି ସୂର୍ଯ୍ୟ ଦେବଙ୍କୁ ଉପାସନା କରିଥାନ୍ତି। ରାୟଗଡ ଜିଲ୍ଲା ଜେ କେ ପୁର ଗ୍ରାମର ପାଚିସୀ ଟି ବିହାରୀ ପରିବାର ସ୍ୱତନ୍ତ୍ର ଭାବରେ ଏହି ପୂଜନ କରିଛନ୍ତି। ଭୋଗ ଥାଳି ଧରି ବର ଗଛକୁ ଯାଇ ପ୍ରଦୀକ୍ଷଣ କରି ବିଭିନ ପ୍ରକାର ସାମଗ୍ରୀରେ ପୂଜନ କରି ଜପ ଧ୍ୟାନ କରି ଉପବାସ କରିଥାନ୍ତି। ସନ୍ଧ୍ୟାରେ ଚନ୍ଦ୍ର ଦର୍ଶନ ପରେ ସ୍ୱମୀଙ୍କ ଦର୍ଶନ ପରେ ସ୍ୱମୀଙ୍କ ହାତରୁ ପାଣି ପିଇ ବ୍ରତ ଭାଙ୍ଗିଥାନ୍ତି। ଏହାକୁ ପବିତ୍ର ଦିବସ ଭାବେ ପାଳନ କରିଥାନ୍ତି। ଏହି ପବିତ୍ର ଦିବସକୁ ସ୍ୱାମୀ ସତ୍ୟବାନ ସୁରକ୍ଷା ଓ ଲମ୍ବି ଆୟୁ ପାଇଁ ପୂଜନ କରିବାର ଜିଲ୍ଲା ତଥା ରାଜ୍ୟର ଓ ଅନ୍ୟ ରାଜ୍ୟରେ ପାଳନ ହୋଇଥାନ୍ତି।

related posts

Leave a Comment