Home Breaking News / ତାଜା ଖବର ତ୍ୟାଗ ଓ ନିଷ୍ଠାର ବ୍ରତ ସାବିତ୍ରୀ: କଟକଣା ଯୋଗୁଁ ଘରେ ପାଳନ ହେଲା ସାବିତ୍ରୀ ବ୍ରତ

ତ୍ୟାଗ ଓ ନିଷ୍ଠାର ବ୍ରତ ସାବିତ୍ରୀ: କଟକଣା ଯୋଗୁଁ ଘରେ ପାଳନ ହେଲା ସାବିତ୍ରୀ ବ୍ରତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): ଆଜି ଗୁରୁବାର ରାଇକିଆରେ ସାବିତ୍ରୀ ଅମାବାସ୍ୟା ଘରେ ପାଳନ କରାଯାଇଛି। କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଯାରିରହିଛି। ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ସେମାନଙ୍କ ନିତ୍ୟ ଦିନର ପୁଜା ବିଧି,ଦିବ୍ୟ ଯଜ୍ଞ ରିତି ନିତି ପ୍ରକାରେ କେବଳ ପୁଜକ, ଧର୍ମ ଯାଜକଙ୍କ ଦ୍ବାରା ଏହା କରିବାକୁ କୁହାଯାଇଥିବା ବେଳେ ଏଥିରେ କୈାଣସି ଭକ୍ତ, ଶ୍ରଦ୍ଧାଳୁଙ୍କ ଜନସମାଗମକୁ ବାରଣ କରାଯାଇଛି। ଆଜି ହେଉଛି ତ୍ୟାଗ ଓ ନିଷ୍ଠାର ବ୍ରତ ସାବିତ୍ରୀ। ଏହି ସାବିତ୍ରୀ ବ୍ରତ ଜ୍ୟେଷ୍ଠ ଅମାବାସ୍ୟାରେ ପାଳିତ ହୁଏ।ଏହାର ଅନ୍ୟ ନାମ ସାବିତ୍ରୀ ଅମାବାସ୍ୟା।ଏହା ସ୍ତ୍ରୀ ମାନଙ୍କର କର୍ତ୍ତବ୍ୟ ବ୍ରତ ହିସାବରେ ପାଳିତ ହୁଏ। ଏହି ଦିନ ଓଡ଼ିଆ ଘରର ବୋହୂ ମାନେ ସ୍ଵାମୀଙ୍କ ଦୀର୍ଘ ଜୀବନ କମନା କରନ୍ତି ନିଷ୍ଠାର ସହ ଏହି ବ୍ରତ ରଖିଥାନ୍ତି।
ଆଜି ରାଇକିଆ ଅଞ୍ଚଳରେ ଘରେଘରେ ଏହି ପର୍ବ ପାଳିତ ହୋଇଯାଇଛି।ସରକାରଙ୍କ ନିୟମକୁ ପାଳନ କରି ଶ୍ରଦ୍ଧାଳୁ ମନ୍ଦିର ନ ଯାଇ ଘରେ ସ୍ତ୍ରୀ ନୁଆ ଲୁଗାପଟା ପିନ୍ଧି ଶଖାଁ, ସିନ୍ଦୂର ଅଳତା, ଚୁଡ଼ି, ଧୂପ, ଦିପ, ଆଳତୀ ଦେଇ ସତ୍ୟବାନ୍ ଙ୍କ ପାଇଁ ପୁଜା ବିଧି କରାଯାଇଛି ଏବଂ ଏଥିରେ ବିଭିନ୍ନ ପ୍ରକାରର ଫଳ ଭୋଗରେ ବ୍ୟବହାର କରାଯାଇଛି। ଚଳିତବର୍ଷ ଏହି କରୋନା ଯୋଗୁଁ ବିଭିନ୍ନ ପର୍ବପର୍ବାଣି ପାଳନରେ ବାଧା ଉପୁଜୁଛି। ଆଗକୁ ଏହି କରୋନାର ଅଦୃଶ୍ୟ ଭୁତାଣୁ ପୃଥିବୀ ପୃଷ୍ଠରୁ ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ହେବବୋଲି ସମସ୍ତଙ୍କ ଆଶା ବିଶ୍ବାସ ରହିଛି।

related posts

Leave a Comment