Home Breaking News ନରସିଂହପୁରରୁ ୨୮ ବଡ଼ମ୍ବାରୁ ୧୬ କୋଭିଡ ପଜିଟିଭ ଚିହ୍ନଟ

ନରସିଂହପୁରରୁ ୨୮ ବଡ଼ମ୍ବାରୁ ୧୬ କୋଭିଡ ପଜିଟିଭ ଚିହ୍ନଟ

by Times One Odia
Share with
     
 
 
   

ନରସିଂହପୁର(ବିନୋଦ ନନ୍ଦ): ନରସିଂହପୁର ଅଞ୍ଚଳ ରୁ ୨୮ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବଡ଼ମ୍ବାରୁ ୧୬ କୋଭିଡ ପଜିଟିଭ ରିପୋର୍ଟ ଆସିଛି ।

ନରସିଂହପୁର ର ଘୋରାଡ଼ିଆ ରୁ ୮ ଜଣ , ଜାନିସାହିରୁ ୩ଜଣ , ବାଲିସାହି, ପାଇକବାରବାଟିରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ବାକି ଆଇଁସିଆ, ଡ଼ମକଟା, କଳାମାଟିଆ, ଜୟମଙ୍ଗଳ, କମଳାଡ଼ିହ, ରେଗେଡା, ସାଗର, ଜଗନ୍ନାଥପ୍ରସାଦ , ଗୋପାଳପୁର, ହରିପୁର ଓ ଠେଙ୍ଗାପଲ୍ଲୀରୁ ଚିହ୍ନଟ ହୋଇଛନ୍ତି ।

ବଡ଼ମ୍ବା ରୁ ତୁଳସୀପୁର ରୁ ୩ଜଣ ଚିହ୍ନଟ ହେଲା ବେଳେ ବାକି ହରିପୁର, ବିଧାରପୁର, ହରିଠା ,ତେଲେଣିଆ, ଗୋପପୁର, କାଦୁଆପଡ଼ା, ମାଣ୍ଡିଆପଲ୍ଲୀ, ଝାଜିଆ, ଚଣ୍ଡିମଙ୍ଗଳ, ଧନାପଲ୍ଲୀରୁ ବାକି ଚିହ୍ନଟ ହୋଇଛନ୍ତି । ବଡ଼ମ୍ବା କୋଟପଲ୍ଲାର ଜଣେ ବଡ଼ମ୍ବା କୋଭିଡ କେୟାର ସେଣ୍ଟର ରୁ Unique କୋଭିଡ ହସ୍ପିଟାଲ କୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ ହୋଇଛନ୍ତି ।

ଆଜି ୪ଜଣ ନରସିଂହପୁର କୋଭିଡ କେୟାର ସେଣ୍ଟର ରୁ ଅଧିକ ଚିକିତ୍ସା ପାଇଁ କଟକ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି । ସେମାନେ ଚମ୍ପେଶ୍ୱର , ବାଲିସାହି, ମହୁଲସାହିରୁ ୨ଜଣ ବନ୍ଧହୁଡା ର ମୂଳ ବାସିନ୍ଦା ଅଟନ୍ତି ।

related posts

Leave a Comment