Home Breaking News / ତାଜା ଖବର ଆନ୍ଧ୍ରପ୍ରଦେଶର ଟୋଲ ଗେଟରେ ଅଗ୍ନିକାଣ୍ଡ

ଆନ୍ଧ୍ରପ୍ରଦେଶର ଟୋଲ ଗେଟରେ ଅଗ୍ନିକାଣ୍ଡ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଶାଖାପାଟଣା(ଜ୍ୟୋତିନ୍ଦ୍ର ନାରାୟଣ ପାଢୀ): ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ନିକଟ ମଙ୍ଗଳଗିରି ଜୋନର ଖାଜା ଟୋଲ ପ୍ଲାଜାରେ ଗୋଟିଏ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ବିଜୟୱାଡା ଠାରୁ ଗୁଣ୍ଟୁର ଅଭିମୁଖେ ଯାତ୍ରା କରୁଥିବା ଗୋଟିଏ ଟ୍ରକ ସମ୍ପୂର୍ଣ୍ଣ ଜଳି ଯାଇଛି। ଟୋଲ ପ୍ଲାଜାରେ ଟୋଲ ପେମେଣ୍ଟ ସମୟରେ ଟ୍ରକଟିର ଟାୟାର ଫାଟିଯିବା ପରେ ନିଆଁ ଲାଗିଯାଇଥିଲା। ନିଆଁ ଟାୟାର ନିକଟରେ ଥିବା ତେଲ ଟାଙ୍କିକୁ ବ୍ୟାପିଥିବା ଫଳରେ ବାମ ପାର୍ଶ୍ୱରେ ଦୁଇଟି ଟୋଲ ବାକ୍ସରେ ନିଆଁ ଲାଗିଯାଇଥିଲା। ଲକଡାଉନ ହେତୁ ଯାନବାହାନ ଚଳାଚଳ କମ ଥିବାରୁ ଗୋଟିଏ ବଡ଼ ଦୁର୍ଘଟଣା ଘଟି ନ ଥିବା ସ୍ଥାନୀୟ ଲୋକ କହିଛନ୍ତି | ଏହି ଦୁର୍ଘଟଣାରେ ଟୋଲ ପ୍ଲାଜା ସମ୍ପତି ନଷ୍ଟ ହୋଇଥିବା ବେଳେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇ ନ ଥିବା ପୋଲିସ କହିଛି ଯେ ଟ୍ରକ ର ଟାୟାର ଫାଟି ଯିବା ଯୋଗୁଁ ଏହି ଦୁର୍ଘଟଣାର ଘଟିଛି। ତେବେ ଟ୍ରକ ଟି ତାମିଲନାଡୁର ବୋଲି ଜଣାପଡିଛି।

related posts

Leave a Comment