ବୋରିଗୁମ୍ମା(ବିଶ୍ୱଜୀତ ପାଣିଗ୍ରାହୀ): ବୋରିଗୁମ୍ମା ଭଳି ଶାନ୍ତ ଅଂଚଳ ରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅନୁପ୍ରବେଶକାରୀ ଙ୍କ ବିରୋଧ ରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦ ର କାର୍ଯ୍ୟକର୍ତା l ବୋରିଗୁମ୍ମା ସ୍ଥିତ ବଙ୍କା ସାହି ରେ ବାଂଲାଦେଶୀ ଅନୁପ୍ରବେଶକାରୀ ଙ୍କ ସଂଖ୍ୟା ବଢିବାକୁ ଲାଗିଛି l ସେମାନେ ହିନ୍ଦୁ ଝିଅ ଙ୍କୁ ପ୍ରେମ ବିବାହ କରିବା ପରେ ସେମାନଙ୍କ ପୋୖତ୍ରୁକ ସମ୍ପତି କୁ ହାତେଇ ନିଜ ଜନ୍ମ ମାଟିର ପରିବାର ସଦସ୍ୟ ଙ୍କୁ ଟଙ୍କା ଦେବା ଅଭିଯୋଗ ଆଣିଛି ବିଶ୍ୱହିନ୍ଦୁ ପରିଷଦ l ଛୋଟ ଛୋଟ ବ୍ୟବସାୟ କରି କିପରି କୋଟି କୋଟି ଟଙ୍କା ର ମାଲିକ ହେଉଛନ୍ତି ଅନୁପ୍ରବେଶକାରୀ ଏହା ତଦନ୍ତ ପରିସର କୁ ଅଣାଯାଉ ବୋଲି ଦାବି କରାଯାଇଛି l ବୋରିଗୁମ୍ମା ବଙ୍କା ସାହିର ମୋହମ୍ମଦ ସହାଗ ଶେଖ,ପିତା ମହମଦ ରହିମ ଶେଖ ବିରୋଧ ରେ ସିଧାସଳଖ ଅଭିଯୋଗ ଆଣିଛି ବିଶ୍ୱ ହିନ୍ଦୁ ପରିଷଦ l ପ୍ରଶାସନ ଆଗାମୀ ଦିନରେ କିଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା l କୋରାପୁଟ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ର ସମ୍ପାଦକ କମଳକାନ୍ତ ବିଶ୍ୱାଳ ଙ୍କ ନେତୃତ୍ୱ ରେ ବୋରିଗୁମ୍ମା ଥାନା ଅଧିକାରୀ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି l ପ୍ରସନ୍ନ ମହାନ୍ତି,ଜି.ମୋହନ ଦୋରା,ରାଜ ସିଂ, କେଶବ ରାଓ,ମନୋଜ ଗନ୍ତାୟତ,ପିଙ୍କୁ ପଣ୍ଡା,ପ୍ରଫୁଲ ଦଣ୍ଡସେନା,ତୁଳସୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଏହି ସମ୍ବେଦନଶୀଳ ଘଟଣା ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଥିଲେ l
ଅନୁପ୍ରବେଶକାରୀ ବିରୋଧରେ ଥାନାରେ ଅଭିଯୋଗ
Share with
previous post