Home Breaking News / ତାଜା ଖବର ବନବିଭାଗର ଖାମଖିଆଲି ନିତିଯୋଗୁଁ ନିରିହ ଲୋକଙ୍କ ଜୀବନ ଗଲା

ବନବିଭାଗର ଖାମଖିଆଲି ନିତିଯୋଗୁଁ ନିରିହ ଲୋକଙ୍କ ଜୀବନ ଗଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବେଳଗୁଣ୍ଠା(ସୁରେଶ କୁମାର ସୁବୁଦ୍ଧି): ଗଞ୍ଜାମ ଜିଲ୍ଲା ର ଭଞ୍ଜନଗର , ଦକ୍ଷିଣ ଘୁମୁସର ବନଖଣ୍ଡ ରେ ବଣୁଆ ହାତୀଙ୍କ ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଆହତ ହୋଇଛନ୍ତି । ମୃତକ ଜଣକ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜିଲିବା ଗ୍ରାମର ବାଞ୍ଛାନିଧି ସେଠୀ । ସକାଳେ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ହାତୀପଲ ହାବୁଡ଼ରେ ପଡ଼ିଥିଲେ । ସେଥିରୁ ଗୋଟିଏ ହାତୀ ତାଙ୍କୁ କଚାଡି ଦେଇଥିବା ବେଳେ , ଗୁରୁତର ଆହତ ଅବସ୍ଥାରେ ବାଞ୍ଛାନିଧି ଙ୍କୁ ଉଧାର କରି ବେଲଗୁଣ୍ଠା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିଭଳି ନିକଟସ୍ଥ କେଳାପଙ୍କାଳ ଗାଁ ର କିଛି ମହିଳା , ବଡନଦୀକୁ ଗାଧୋଇବାକୁ ଯାଇଥିବା ବେଳେ , ସଂପୃକ୍ତ ହାତୀପଲ ଆକ୍ରମଣ ରେ ସବିତା ପରିଡ଼ା ନାମକ ଜଣେ ମହିଳା ଗୁରୁତର ଆହତ ହୋଇ ଭଞ୍ଜନଗର ମେଡିକାଲ ରେ ଭର୍ତି ହୋଇଛନ୍ତି । ଉଭୟ ବନବିଭାଗ ଓ ବେଲଗୁଣ୍ଠା ଥାନା ପୋଲିସ ଘଟଣାର ଅନୁଧ୍ୟାନ ଆରମ୍ଭ କରିଛନ୍ତି । ସଂପୃକ୍ତ ହାତୀପଲ , ଯିବା ସମୟରେ ନିକଟସ୍ଥ ବଡବୋରସିଙ୍ଗି ଗାଁ ନିକଟରେ ଆତଙ୍କ ସୃଷ୍ଟି କରିଥିଲେ । ଗୋଟିଏ ଘର ଭାଙ୍ଗିବା ସହ ବ୍ୟାପକ ଫସଲ ମଧ୍ୟ ନଷ୍ଟ କରିଛନ୍ତି । ଜଙ୍ଗଲ ର ଆଖ ପାଖ ଅଞ୍ଚବାସି ଙ୍କୁ ବନବିଭାଗ ତରଫରୁ ସଚେତନତା କିଛି କରା ଯାଉନଥିବା ଓ ଅଞ୍ଚଳ ବାସିଙ୍କୁ ବନ୍ୟଜନ୍ତୁ ଙ୍କ ଦାଉ ରୁ ରକ୍ଷା କରିବା ଏନେଈ ବନବିଭାଗ ସେ ଦିଗରୁ ସମ୍ପୁର୍ଣ୍ଣ ଭାବେ ଖାମଖିଆଲି କରୁଥିବା ନେଇ ବନ୍ୟ ଜନ୍ତୁର ଶିକାର ହୋଈ ଲୋକଙ୍କ ଜିବନ ଚାଲିଯାଉ ଥିବା ବେଳେ ଆଉ କେଉଁଠି ବନ୍ୟଜନ୍ତୁ ଙ୍କ ଦ୍ୱାରା ଲୋକଙ୍କ ଚାଷଜମିର ଫସଲ ମଧ୍ୟ ନଷ୍ଟ କରୁଛନ୍ତି ା ଯାହାଫଳରେ ଚାଷି ମଧ୍ଯ ହତାସ ହେଉଛନ୍ତି ା ବନବିଭାଗର ଏଭଳି ଖାମଖିଆଲି ନିତି ଯୋଗୁଁ ଲୋକଙ୍କ ଜୀବନ ଯାଉଥିବା ନେଈ ବୁଦ୍ଧି ଜୀବି ମହଲରେ ଚର୍ଚ୍ଚା ହେଉଅଛି ା

related posts

Leave a Comment