Home Breaking News ବାଘଛାଲ ଜବତ: ଜଣେ ଗିରଫ

ବାଘଛାଲ ଜବତ: ଜଣେ ଗିରଫ

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳରୁ ପୁଣି ବାଘଛାଲ ଜବତ। ସୋମବାର ଫୁଲବାଣୀ ବନଖଣ୍ଡ ଅଧିନ ସୁଡୁ କୁମ୍ଫା ରେ ଜଂ ର ଓ, ବନ କର୍ମଚାରୀମାନେ ଏକ କଲରାପତରିଆବାଘ ଚମଡ଼ା ଜବତ କରିବା ସହ ଏ ସଂପର୍କରେ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ଜଣଙ୍କ କୁଟିକାରୀ ଗ୍ରାମର କବିଚନ୍ଦ୍ର କହଁର,I କବି ଏକ କଲରାପତରିଆବାଘ ଚମଡ଼ାକୁ ଚାଲାଣ କରିବାକୁ ଯୋଜନା କରୁଥିବାବେଳେ କୌଣସି ସୁତ୍ରରୁ ଖବର ପାଇ ବନ ବିଭାଗ କର୍ମଚାରି ମାନେ ଚଢ଼ାଉ କରି ବାଘ ଚମଡ଼ା ଜବତ କରିବା ସହ ଏ ସଂପର୍କରେ ୧୩/୨୧ରେ ମାମଲା ରୁଜୁ କରିବା ସହ କବିକୁ ଗିରଫ କରି କୋର୍ଟଚାଲାଣ କରିଛି l
ସୁଡ଼ରୁ କୁମ୍ଫା ଜଙ୍ଗଲରୁ ହିଁ କବି ଏହି କଲରା ପତିଆବାଘକୁ ଏପ୍ରିଲ ୧୯ରେ ମାରି ତାର ଚମଡ଼ାକୁ ଅଭିଯୁକ୍ତ ବିକ୍ରିକରିବ।ବେଳେ ଧରାପଡିଥିବା କୁହାଯାଉଛି। । କବି ଘରୁ ବନବିଭାଗ କୁର। ଢି, ଗନପାଉଡ଼ର, ଓ ୯ଟି ଶୀଶା ଗୁଳି ଜବତ କରିଛି । ସେହିପରି ଅନ୍ୟତ୍ର ଲୁଚାଇ ରଖିଥିବାଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଛି ବନବିଭାଗ । ଏହି ଅଭିଯୁକ୍ତ ଜଣକ ପୂର୍ବରୁ ରିତିମତ ବାଘମାରି ଚମଡ଼ା ବିକ୍ରି କରୁଥିବା ଶୁଣିବାକୁ ମିଳିଛି ।
ହେଲେ ବନବିଭାଗ କର୍ମଚାରୀ ତେବେ ଏଥିରେ ସଂପୃକ୍ତ ମାଫିଆ ମାନଙ୍କସଂପୃକ୍ତି ଥିବା ନେଇ ବନ ବିଭାଗ ପାଖରେ ପକ୍କା ଖବର ଥିଲେ ମଧ୍ୟ ସେମାନଙ୍କୁ ଗିରଫ କରିନଥିବା ଫଳରେ ବନବିଭାଗ କର୍ମଚୀରୀଙ୍କ ସାଧୁତା ଉପରେ ପ୍ରଶ୍ନଚିହ୍ନ ଲାଗିଛି ।

related posts

Leave a Comment