Home Breaking News / ତାଜା ଖବର ୫ଟି ମଡ଼େଲ ନିର୍ମାଣ ଚାଳିଥିବା ସିନ୍ଦୁରପୁର ଓ କୁହିବାହାଲ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ମନିଷା ବାନାର୍ଜି

୫ଟି ମଡ଼େଲ ନିର୍ମାଣ ଚାଳିଥିବା ସିନ୍ଦୁରପୁର ଓ କୁହିବାହାଲ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ମନିଷା ବାନାର୍ଜି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ମାନସ ମଲ୍ଲିକ )ରାଜ୍ୟ ସରକାର ୫ଟି ମଡ଼େଳ ସ୍କୁଳ ହିସାବରେ ବିନିକା ବ୍ଲକ ସିନ୍ଦୁରପୁର ଏବଂ କୁହିବାହାଲ ଘୋଷାଣା କରିଥିବାରୁ ଏହାର କାର୍ଯ୍ୟ ତୋରାନ୍ନିତ ଉପରେ ସମିକ୍ଷା କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ମନିଷା ବାର୍ନାଜୀ ।ଆଜି ଜିଲ୍ଲାପାଳ ବିନିକା ବ୍ଲକର ସିନ୍ଦୁରପୁର ଶ୍ରୀ ଗୋପାଳଜୀ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ କୁହିବାହାଲ ନୂତନ ଉଚ୍ଚ ବିଦ୍ୟାଳୟକୁ ପହଞ୍ଚି ଏହି ବିଦ୍ୟାଳୟକୁ ନୁତନ ଭାବେ ତିଆରି ଚାଲିଥିବା ୫ଟି ମୋଡ଼େଳ ସ୍ମାର୍ଟ ସ୍କୁଲକୁ ନିର୍ମାଣ କାର୍ଯ୍ୟକୁ ସମୀକ୍ଷା କରିବା ସହ ବିଭିନ୍ନ କାର୍ଯ୍ୟ ନୂତନ ଭାବରେ କିପରି ହୋଇପାରିବ ତାହା ସମିକ୍ଷା କରି ଫେରିଛନ୍ତି ।ଉଭୟ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ନୁତନ ଭାବେ ବିଜ୍ଞାନ ଲେବୋରୋଟେରୀ,ଉଚ୍ଚ ମାନର ଖେଳପଡିଆ,ଲାଇବ୍ରେରୀ,ଶୈାଚାଳୟ, ସ୍ମାର୍ଟ ଶ୍ରେଣୀ କୋଠରୀ,ଗାର୍ଡେନ ଆଦି ବିଭିନ୍ନ ଡିଜାଇନରେ ତିଆରି ହେଉଥିବା କାର୍ଯ୍ୟ କୁ ଶିଘ୍ର ତୋରାନ୍ନିତ କରିବା ପାଇଁ ବିନିକା ବିଡିଓ ବ୍ୟାସଦେବ ବେହେରା ଏବଂ ଏଇ ଅନୁପମା ଗଣିକକୁଂ ନିର୍ଦ୍ଦେଶ ଦେଇଥିଲେ ।ଏହି କାମ ଯେପରି ଉଚ୍ଚ କୋଟିର କାର୍ଯ୍ୟ ହୋଇପାରିବ ସେନେଇ ବିନିକା ବିଡିଓ ଏବଂ ଏଇଙ୍କୁ ବାରବାର ତାଗିତ୍ କରିଥିଲେ ଜିଲ୍ଲାପାଳ ଶ୍ରୀମତି ବାନାର୍ଜି ।ଏଥିରେ ସିନ୍ଦୁରପୁର ଓ କୁହିବାହାଲ ସରପଞ୍ଚ,ବିଭିନ୍ନ ରାଜନତିଗ୍ୟ ବ୍ୟକ୍ତି, ଜେଇ ଏବଂ ଉଭୟ ସ୍କୁଲର ଶିକ୍ଷକମାନେ ଉପସ୍ଥିତ

related posts

Leave a Comment