Home Breaking News / ତାଜା ଖବର ସ୍କୋର୍ପିଓ ଗାଡି ଏବଂ ଟଙ୍କା ଲୁଟ ଘଟଣାରେ ଚାରି ଅଭିଯୁକ୍ତ ଗିରଫ

ସ୍କୋର୍ପିଓ ଗାଡି ଏବଂ ଟଙ୍କା ଲୁଟ ଘଟଣାରେ ଚାରି ଅଭିଯୁକ୍ତ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମ୍ମା(ବିଶ୍ୱଜିତ ପାଣିଗ୍ରାହୀ): ସ୍କୋର୍ପିଓ ଗାଡି ଏବଂ ଟଙ୍କା ଲୁଟ ଘଟଣାର ପର୍ଦାଫାସ କରିଛି ବୋରିଗୁମ୍ମା ପୋଲିସ।ଗତ 29/04/21 ତାରିଖ 4 ଟା ସମୟରେ ସୋହାଲ ବାଘେଲ ଏବଂ ସାଥି ପୋୟମ କୋଛପ ଛତିଶଗଡ଼ ଜଗଦଲପୁର ନିଜ ସ୍କୋର୍ପିଓ ନମ୍ବର CG-17-C-2771 ଗାଡ଼ିରେ ଜଗଦଲପୁର ଯାଉଥିବା ସମୟରେ ଜମୁଣ୍ଡା ନିକଟରେ ଚାରି ଜଣ ଦୁର୍ବୃତ୍ତ ଗାଡିଟିକୁ ଓଟୋକାଇ ଧମକ ଚମକ ଦେଇ ଦୁଇ ଆରୋହୀଙ୍କୁ ମାଡ ମାରି ସେମାନଙ୍କ ଠାରୁ 96 ହଜାର ଟଙ୍କା, ଦୁଇଟି ମୋବାଇଲ ଏବଂ ସ୍କୋର୍ପିଓ ଗାଡିଟି ନେଇ ଚମ୍ପଟ ମାରିଥିଲେ।30/04/21 ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଲେ।ତାକୁ ଆଧାର କରି ବୋରିଗୁମ୍ମା ପୋଲିସ ତଦନ୍ତ ଆରମ୍ଭ କରିଥିଲେ।କିଛି ଦିନ ପରେ ସ୍କୋର୍ପିଓ ଗାଡିଟି ଜୟପୁର ସଦର ଅଞ୍ଚଳରେ ଜବତ କରି ଗାଡି ମାଲିକ ସମାରୁ ରାମ ଙ୍କୁ ଜିମାରେ ଦେଇଥିଲେ ପୋଲିସ।ପୁଣି ଅଭିଯୁକ୍ତ ଙ୍କୁ ଧରିବା ପାଇଁ ପୋଲିସ ଜାଲ ବିଛାଇଥିଲେ।ଗତ କାଲି ବିଳମ୍ବିତ ରାତିରେ ବୋରିଗୁମ୍ମା ପୋଲିସ ହଠାତ ଜମୁଣ୍ଡା ଗ୍ରାମରେ ଚଢ଼ାଉ କରି ଚାରି ଅଭିଯୁକ୍ତକୁ କାବୁ କରି ପଚରା ଉଚରା କରିଥିଲେ ସମସ୍ତ ଅଭିଯୁକ୍ତ ଜମୁଣ୍ଡା ଅଞ୍ଚଳର ବୋଲି ଜଣାପଡିଛି ହେଲେ ସେମାନଙ୍କ ଠାରୁ ଟଙ୍କା ଜବତ ହୋଇ ନାହିଁ। ଆଜି ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଜି ଏକ ପ୍ରେସ ମିଟ ଯୋଗେ ବୋରିଗୁମ୍ମା ଥାନା ଅଧିକାରୀ ବିଶ୍ୱଜିତ ମହାନ୍ତି ସୂଚନା ଦେଇଛନ୍ତି।

related posts

Leave a Comment