Home Breaking News ବିଭିନ୍ନ ଐତିହ୍ୟ ପ୍ରସ୍ତୁତ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି

ବିଭିନ୍ନ ଐତିହ୍ୟ ପ୍ରସ୍ତୁତ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି

by Times One Odia
Share with
     
 
 
   

ବ୍ରହ୍ମପୁର(ଦୀନେଶ ପଟ୍ଟନାୟକ): ସବୁବେଳେ କିଛି ନୂଆ କରିବା ପ୍ରୟାସରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ କଞ୍ଚୁଡୁ ପଞ୍ଚାୟତ ର କଣ୍ଟାଇକୋଳି ଗ୍ରାମର ଭାସ୍କର ସାହୁ ଙ୍କ ପୁତ୍ର ଅରୁଣ କୁମାର ସାହୁ କାଠ ରେ ତାଜମହଲ, ଇଫିଲ୍ ଟାୱାର, ଓଡ଼ିଶା ବିଧାନ ସୌଧ , ଧଉଳି ଏଭଳି ବିଭିନ୍ନ ଐତିହ୍ୟ ପ୍ରସ୍ତୁତ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଛନ୍ତି।
ଏବେ ଏକ ନୂତନ ଚିନ୍ତାଧାରା ନେଇ ଗୋସ୍ୱାମୀ ତୁଳସୀ ଦାସ ଙ୍କ କୃତ ହନୁମାନ ଚାଳିଶା କୁ କାଠରେ ଖୋଦେଇ କରି ଏକ ହନୁମାନ ଚାଳିଶା ପୁସ୍ତକ ତିଆରି କରିଛନ୍ତି।ଏହି କାଠ ନିର୍ମିତ ହନୁମାନ ଚାଳିଶା ର ଦୈର୍ଘ୍ୟ ୧୦.୫ ଇଞ୍ଚ୍, ପ୍ରସ୍ଥ ୯.୦ ଇଞ୍ଚ୍ ଏବଂ ମୋଟେଇ ୨.୫ ଇଞ୍ଚ୍ ରହିଛି। ଏ ପୁସ୍ତକରେ ମୋଟ ୫ ଟି ପୃଷ୍ଠା ରହିଛି, ଏଥିସହ ୨ଟି ମଲାଟ ରହିଛି। ମଲାଟ ଉପରେ ଅତି ସୁନ୍ଦର ଭାବରେ ହନୁମାନ ଙ୍କ ପ୍ରତିକୃତି ମଧ୍ୟ ପ୍ରସ୍ତୁତ କରିଛନ୍ତି। ଯାହାକି ଦେଖିବା ପାଇଁ ବହୁତ ଆକର୍ଷଣୀୟ । ଏଭଳି ସେ ଦୁଇଟି ହନୁମାନ ଚାଳିଶା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଶ୍ରୀଯୁକ୍ତ ପ୍ରଧାନମନ୍ତ୍ରୀ ଙ୍କୁ ଉପହାର ସ୍ବରୂପ ପ୍ରଦାନ କରିବେ ବୋଲି ଆଶା ରଖିଛନ୍ତି।

related posts

Leave a Comment