Home Breaking News ନରସିଂହପୁରରେ ଆଜି ୫୫ କୋଭିଡ ପଜିଟିଭ : ବଡ଼ମ୍ବାରେ ୧୨ ପଜିଟିଭ, ନାରାୟଣପ୍ରସାଦ ଗାଁ ମାଇକ୍ରୋ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷିତ

ନରସିଂହପୁରରେ ଆଜି ୫୫ କୋଭିଡ ପଜିଟିଭ : ବଡ଼ମ୍ବାରେ ୧୨ ପଜିଟିଭ, ନାରାୟଣପ୍ରସାଦ ଗାଁ ମାଇକ୍ରୋ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷିତ

by Times One Odia
Share with
     
 
 
   

ଆଜି ବଡ଼ମ୍ବା ନରସିଂହପୁରରେ ସମୁଦାୟ ୬୭ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ନରସିଂହପୁର ରେ ୫୫ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବଡ଼ମ୍ବା ଅଞ୍ଚଳରୁ ୧୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ବଡ଼ମ୍ବାର ଗୋପପୁର ପଞ୍ଚାୟତ ର ନାରାୟଣପ୍ରସାଦ ଓ ସଂଲଗ୍ନ ଅଂଚଳକୁ କଣ୍ଟେନମେଣ୍ଟ ଅଂଚଳ ଭାବେ ଆଠଗଡ଼ ଉପଜିଲ୍ଲାପାଳ ଆଜି ଠାରୁ ୭ଦିନ ଯାଏଁ ଘୋଷଣା କରିଛନ୍ତି । ବଡ଼ମ୍ବାରେ କଣ୍ଟେନମେଣ୍ଟ ଅଞ୍ଚଳ ୪ରେ ପହଁଚିଥିବା ବେଳେ ନରସିଂହପୁର ରେ ୨୩ରେ ପହଁଚିଛି ।

ନରସିଂହପୁରର ଚମ୍ପେଶ୍ୱର ବାଗଧରିଆ କଣ୍ଟେନମେଣ୍ଟ ଅଞ୍ଚଳରେ ଟେଷ୍ଟିଂ କ୍ୟାମ୍ପରୁ ୨୬ RTPCR ଟେଷ୍ଟ କଟକ ବଡ଼ ଡ଼ାକ୍ତରଖାନା ଲାବୋରେଟୋରୀକୁ ପଠା ଯାଇଛି । ୯୧ ଆଣ୍ଟିଜେନ ଟେଷ୍ଟରୁ ୨୫ ପଜିଟିଭ ଚିହ୍ନଟ ହେବା ଏବଂ ସେହିପରି ନରସିଂହପୁର ଡାକ୍ତରଖାନାରୁ ୪୭ ଆଣ୍ଟିଜେନରୁ ୨୬ ପଜିଟିଭ ଚିହ୍ନଟ ହେବା ସଂକ୍ରମଣ ଧାରା କୁ ସୁଚେଇ ଦେଉଛି ।କାନପୁର ଡାକ୍ତରଖାନା ଅଂଚଳରୁ ୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ନରସିଂହପୁର ରେ ଆଜି ସମୁଦାୟ ୨୦୪ଜଣଙ୍କ ଟେଷ୍ଟିଂ ହୋଇଥିବା ବେଳେ ବଡ଼ମ୍ବା ଅଞ୍ଚଳ ରେ ଟେଷ୍ଟିଂ କ୍ୟାମ୍ପ ରେ ଗ୍ରାମବାସୀ ଙ୍କ ଅନାଗ୍ରହ ଦୃଷ୍ଟିରୁ ଏଥିପାଇଁ ସଚେତନତା କରି ବୁଝାଇବା ପାଇଁ ଆବଶ୍ୟକତା ରହିଛି ।

related posts

Leave a Comment