Home Breaking News / ତାଜା ଖବର ବାପାକୁ ହତ୍ୟା ପରେ କୂଅରେ ପକାଇଲା ପୁଅ

ବାପାକୁ ହତ୍ୟା ପରେ କୂଅରେ ପକାଇଲା ପୁଅ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭଞ୍ଜନଗର(ସୁରେଶ କୁମାର ସୁବୁଦ୍ଧି): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଜିରାବାଡ଼ି ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା।ଘର ଭିତରେ ଥିବା କୂଅରୁ ବାପାର ହାତ ବନ୍ଧା ଯାଇଥିବା ଅବସ୍ଥାରେ ମୃତ ଦେହ ଉଦ୍ଧାର।ମୃତକ ଜଣକ ହେଲେ ବୁଲୁ ସାହୁ।ତାଙ୍କୁ ପରିବାର ଲୋକେ ହତ୍ୟା କରିବା ପରେ ହାତକୁ ବାନ୍ଧି କୂଅରେ ପକାଇ ଦେଇଥିବା ପୋଲିସ ଅନୁମାନ କରୁଛି।ସୂଚନା ମୁତାବକ ବୁଲୁ ପ୍ରତିଦିନ ମଦ୍ୟପାନ କରି ପରିବାରରେ କଳହ କରୁଥିଲେ।କୌଣସି କାରଣରୁ ବାପା ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ପୁଅ ରାଗିଯାଇ ବାପା ଙ୍କୁ ହତ୍ୟା କରିବା ପରେ ଘର ଭିତରେ ଥିବା କୂଅରେ ହାତକୁ ବାନ୍ଧି ପକାଇ ଦେଇଥିଲା। ଗତକାଲି ରାତ୍ର ସମୟରେ ପରିବାର ଲୋକଙ୍କ ଠାରୁ ଖବର ପାଇ ଜଗନ୍ନାଥ ପ୍ରସାଦ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶବ କୁ କୂଅରୁ ଉଦ୍ଧାର କରିଥିଲେ।ଆଜି ତାଙ୍କ ମୃତ ଦେହକୁ ଭଞ୍ଜନଗର ମେଡିକାଲକୁ ଶବ ବ୍ୟବଛେଦ ପାଇଁ ପଠାଯାଇଛି।ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ।

related posts

Leave a Comment