Home Breaking News / ତାଜା ଖବର କରୋନାର ତୃତୀୟ ଲହାରୀକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଜନିତ ଯାଞ୍ଚ ଆରମ୍ଭ

କରୋନାର ତୃତୀୟ ଲହାରୀକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଜନିତ ଯାଞ୍ଚ ଆରମ୍ଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଛତ୍ରପୁର(ନିରଞ୍ଜନ ପାଢ଼ୀ): ଗଞ୍ଜାମ ଜିଲ୍ଲା ଗ୍ରୀନ ଜୋନ ରେ ରହିଥିଲେ ସୁଦ୍ଧା କରନା ର ତୃତୀୟ ଲୋହରି କୁ ଆଖି ଆଗରେ ରଖି ଜିଲ୍ଲା ରେ ଆଜିଠୁ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଆରମ୍ଭ ହୋଇଛି l କରନା ସଂକ୍ରମଣ ଠାରୁ ଶିଶୁମାନଙ୍କୁ ସୁରକ୍ଷା ରଖିବା ସକାଶେ ଏହିଭଳି ପଦକ୍ଷେପ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫ ରୁ ନିଆଯାଇଛି l ଜିଲ୍ଳାର ସମସ୍ତ ଘର କୁ ଘର ବୁଲି ଶିଶୁ ମାନଙ୍କର କୋଭିଡ ଲକ୍ଷ୍ୟଣ ଯାଞ୍ଚ କରାଯିବ l ଏହି ଯାଞ୍ଚ ପ୍ରକ୍ରିୟା ଆଗାମୀ ତିନି ମାସ ପର୍ଯ୍ୟନ୍ତ ଚାଲୁ ରହିବ l ଆଶାକର୍ମୀ, ଅନଂ, ଏବଂ ଅଙ୍ଗନବାଡି କର୍ମୀ ମାନେ ନିୟଜିତ ହୋଇ ଏହି ଯାଞ୍ଚ କରୁଛନ୍ତି l ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ କଣମଣା ପଂଚାୟତ ରେ ଏହି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି l କାର୍ଯ୍ୟକ୍ରମ ରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ବିଡ଼ିଓ ଅମ୍ବିକା ପ୍ରସାଦ ଦାସ, ତହସିଲଦାର ନୀଳମାଧଵ ଭୋଇ ଓ ମେଡିକାଲ ଟିମ ଉପସ୍ଥିତି ରେ ଏହି ଯାଞ୍ଚ ଆରମ୍ଭ ହୋଇଥିଲା l କୋଭିଡ ସଂକ୍ରମଣ ରୁ ଶିଶୁ ମାନଙ୍କୁ ସୁରକ୍ଷା କରିବା ନେଇ ସମସ୍ତ ପ୍ରକାର ଯତ୍ନ କରାଯିବ l ଲକ୍ଷଣଯୁକ୍ତ ଶିଶୁ ମାନଙ୍କୁ ଅଧିକ ଯତ୍ନ ଏବଂ ସୁଷମ ଖାଦ୍ୟ ଦିଗରେ ଧ୍ୟାନଦେବାକୁ ପରାମର୍ଶ ଦିଆ ଯାଇଛି l ସାମାନ୍ୟ ଲକ୍ଷଣ ଯୁକ୍ତ ଶିଶୁ ଅର୍ଥାତ ଯେଉଁ ମାନଙ୍କ ତଣ୍ଟି ଦରଜ ହେବା କାଶ ହେବା ଶ୍ୱାସ କ୍ରିୟା ରେ ଅସୁବିଧା ଥିଲେ ସେମାନଙ୍କ ଗୃହରେ ଏକାନ୍ତ ଚିକିଛା କରାଯିବା କୁ ପରାମର୍ଶ ଦିଆଯିବ ଯଦି ଅତିଗୁରୁତ୍ୱ ଲକ୍ଷ୍ୟଣ ଦେଖା ଗଲେ ସମ୍ପୃକ୍ତ ଶିଶୁ କୁ ଚିକିଛାଳୟ କୁ ନେଇ ଚିକିଛା କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ପାଳ କହିଛନ୍ତିଲା

related posts

Leave a Comment