Home Breaking News / ତାଜା ଖବର ସହଯୋଗର ହାତ ବଢେଇଲା ଭିଏତନାମର FDI ଲଜିଷ୍ଟିକ୍ ସଂଗଠନ: ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ସହଯୋଗର ହାତ ବଢେଇଲା ଭିଏତନାମର FDI ଲଜିଷ୍ଟିକ୍ ସଂଗଠନ: ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର: ସମାଜର ଅବହେଳିତ, ନିଷ୍ପେସିତ,ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ଆଗେଇ ଆସିଛି ସୁଦୂର ଭିଏତନାମର (FDI logistics)
ଏଫ୍ ଡ଼ି ଆଇ ଲଜିଷ୍ଟିକ୍ ସଂଗଠନ ଏହି ସଂଗଠନ ମୁଖ୍ୟ Miss lien ମିସ୍ ଲିଏନ୍ ଙ୍କ ସହଯୋଗ ରେ ଓଡ଼ିଶାର ନରସିଂହପୁର ବ୍ଲକରୁ ଆରମ୍ବ ହୋଇଛି ଏହି କାର୍ଯ୍ୟକ୍ରମ ସଂଗଠନ ର ସଂଯୋଜକ ଅକ୍ଳେଶ ବିଭୁଦତ୍ତ ଏବଂ ପୱନ୍ କୁମାର ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ନରସିଂହପୁର ତହସିଲଦାର ଆଲୋକ ରଞ୍ଜନ ଦେହୁରୀ, ନିଜିଗଡ଼ ସରପଞ୍ଚ ପ୍ରଭାକର ମିଶ୍ର, ନରସିଂହପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କୁଳମଣି ବାରିକି,ସାର୍ପ ସଂଗଠନ ସମ୍ପାଦକ ବିଜୟ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଡମସାହି,ନିଜିଗଡ଼ ଏବଂ ନିଜିଗଡ଼ ବାଲିସାହିରେ ଗରିବ ଲୋକମାନଙ୍କୁ ଚାରି କେଜି ଚାଉଳ, ଦୁଇ କେଜି ଆଳୁ, ଏକ କେଜି ପିଆଜ, ଅଧକେଜିଡାଲି,ମସଲା,ବିସ୍କୁଟ,ଏବଂ ମାସ୍କ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମକୁ ସଂଗଠନ ସଂଯୋଜିକା ସସେମେରା ମିଶ୍ର ଏବଂ ସାମ୍ବାଦିକ ଅଜୟ କୁମାର ପଣ୍ଡା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ନରସିଂହପୁର ଏବଂ ଓଡ଼ିଶାରେ ଏଇଭଳି ଅନେକ ଜନହିତକର ସାମାଜିକ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସଂଗଠନ ର ମୁଖ୍ୟ ମିସ୍ ଲିଏନ୍ କହିଛନ୍ତି।

related posts

Leave a Comment