ମୁନିଗୁଡା: ସାମ୍ପ୍ରତିକ ପରିସ୍ଥିତି ରେ କରୋନା ମହାମାରୀ ସାରା ବିଶ୍ବକୁ କବଳିତ କରି ରଖିଛି।ଅଦୃଶ୍ୟ କରୋନା ଭୁତାଣୁ କୁ ପରାସ୍ତ କରିବା ପାଇଁ ଦେଶ ବ୍ୟାପି ଚାଲିଛି ନାନା ପ୍ରୟାସ ଲୋକଙ୍କୁ ଭିନ୍ନ ଭିନ୍ନ ଶୈଳୀ ରେ ବି ସଚେତନ କରାଯାଉଛି।ଏହି କ୍ରମରେ ରାଜ୍ୟ ସରକାର ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି।ଏହି ସମୟରେ କରୋନା ସଚେତନା ପାଇଁ ଦୁଇ ବନ୍ଧୁ ଦାସକାଟିଆ ପାଲା ମାଧ୍ୟମରେ ଅଞ୍ଚଳ ର ଲୋକମାନଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି।ସଫଳ ଶିକ୍ଷକ,ସୁନାମଧନ୍ୟ ଭାଷାକାର,ସାହିତ୍ୟିକ ,କବି,ଲେଖକ, ମଞ୍ଚ କଳାକାର,ମ୍ୟୁଜିକ୍ସିଆନ, ହାସ୍ୟରସିକ, ପ୍ରକୃତି ପ୍ରେମୀ,ସମାଜସେବୀ, ତଥା ଏହି ଅଞ୍ଚଳ ର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ରେ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ରାୟଗଡା ଜିଲ୍ଲା ଅମ୍ବାଦଳା ଅଞ୍ଚଳ ର ଦୁଇ ବନ୍ଧୁ ଶିକ୍ଷକ ଅକ୍ଷୟ କୁମାର ରଥ ଏବଂ ଶିକ୍ଷକ ଅରୁଣ କୁମାର ସାହୁ ଆଗାମୀ ଦିନରେ କରନା ର ଭୟବହତାକୁ ଲକ୍ଷ କରି ଉପାନ୍ତ ଅଞ୍ଚଳ ପାଇଁ ଆଞ୍ଚଳିକ ଭାଷାକୁ ନେଇ ପାରମ୍ପାରିକ ବାଦ୍ୟ ତଥା ଦାସକାଟିଆ ମାଧ୍ୟମ ରେସଚେତନା କରିବାକୁ ଅଣ୍ଟା ଭିଡିଛନ୍ତି।ଅରୁଣ ଅକ୍ଷୟ ପୂର୍ବରୁଏହିଭଳି ସମୂହ ସ୍ୱାର୍ଥ ଜଡିତ କାର୍ଯ୍ୟକ୍ରମ ରେ ଭାଗ ନେଇ ବ୍ଲକ ସ୍ତରରୁ ଆରମ୍ଭ କରିଜିଲ୍ଲା ରାଜ୍ୟ ଓ ଜାତୀୟ ସ୍ତରରୁମାନପତ୍ର ପୁରସ୍କାର ପାଇବାର ହକଦାର ହୋଇଛନ୍ତି। ହଜି ଯାଉଥିବା ସଂସ୍କୃତି ଓ ବାଦ୍ୟ ଯନ୍ତ୍ରକୁ ଆପଣାଇ ଲୋକମାନଙ୍କୁ ସଚେତନା ବାର୍ତ୍ତା ଦେଇଥିବାରୁ ଏତାଦୃଶ୍ୟ କାର୍ଯ୍ୟ ପାଇଁ ବିଭିନ୍ନ ମହଲ ରୁ ସରକାରୀ ଓ ବେସରକାରୀ ସ୍ତରରେ ଅରୁଣ ଅକ୍ଷୟ ଙ୍କୁ ଉତ୍ସହ ଜ୍ଞାପନ କରିବା ସହ ସାଧୁବାଦ ଜ୍ଞାପନ କରିଛନ୍ତି।
କରୋନା ସଚେତନା ପାଇଁ ଦୁଇ ବନ୍ଧୁଙ୍କ ନିଆରା ଉଦ୍ୟମ
Share with