Home Breaking News ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

by Times One Odia
Share with
     
 
 
   

ବଡ଼ମ୍ବା(ବିନୋଦ ନନ୍ଦ): ବଜ୍ରାଘାତ ନେଲା ମହିଳାଙ୍କ ଜୀବନ। କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ କୋଲେଶ୍ୱର ପଂଚାୟତର ଗୁଣ୍ଡଦ୍ୱାର ଗ୍ରାମର ବିଦ୍ୟାଧର ବେହେରାଙ୍କ ପତ୍ନୀ ସୁଲୋଚନା ବେହେରା ବୟସ 50 ବର୍ଷ ହେବ।ସୁଲୋଚନା ନିଜ ବାଡ଼ିରେ ଆମ୍ବ ଗୋଟାଉଥିବା ବେଳେ ଘଟିଛି ଏହି ଅଘଟଣ।ସୁଲୋଚନା ବର୍ଷା ପବନରେ ଆମ୍ବ ପଡିଥିବା ଦେଖି ଆମ୍ବ ଗୋଟାଇବାକୁ ବାଡ଼ି କୁ ଯାଇଥିଲେ କିନ୍ତୁ ବଡ଼ ଦୁଃଖ ର କଥା ବଜ୍ରାଘାତ ଆମ୍ବଗଛକୁ ମାରିଥିଲା।ଯାହା ଫଳରେ ଉକ୍ତ ଗଛ ମୂଳ ରେ ଟଳି ପଡ଼ିଥିଲେ ସୁଲୋଚନା। ପାଖରେ ଥିବା ଲୋକମାନେ ତାଙ୍କୁ ତୁରନ୍ତ ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।ପ୍ରାଥମିକ ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ସୁଲୋଚନା ଙ୍କ ମୃତ୍ୟୁ ଖବର କୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଅଛି।

related posts

Leave a Comment