Home Breaking News / ତାଜା ଖବର କରୋନାରେ ଆଦିବାସୀ ଗାଁରେ ଶ୍ରମିକ ପୋଖରୀ ଖୋଳି ଭଲ ରୋଜଗାର କରୁଛନ୍ତି

କରୋନାରେ ଆଦିବାସୀ ଗାଁରେ ଶ୍ରମିକ ପୋଖରୀ ଖୋଳି ଭଲ ରୋଜଗାର କରୁଛନ୍ତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବକିଶୋର ସାହୁ):କରୋନାରେ ଆଦିବାସୀ ଗାଁରେ ଏମଜିଏନଆରଜିଏସ କାମକଲେ ଶ୍ରମିକ ।କରୋନା ମହାମାରୀ ପାଇଁ ଦେଶରେ ଲକଡାଉନ ଓ ସଟଡାଉନ ଭଳି ପରିସ୍ଥିତି ହୋଇଛି ଲୋକମାନେ ନିଜର ଜୀବନ ଜୀବିକା ହରାଇଛନ୍ତି ।ଅନେକ ବାହାରେ ଦାଦନ ଖଟିବାକୁ ଯାଇଥାନ୍ତି କିନ୍ତୁ କରୋନା ପାଇଁ ଏବେ ଘରେ ଅଛନ୍ତି ।ଆଉ ରୋଜଗାର ନାହିଁ ଘର କିପରି ଚଳିବ ସେହି ଚିନ୍ତାରେ ଥିବାବେଳେ ଏହାରି ଭିତରେ ସେମାନଙ୍କୁ ପୁଣିଥରେ ମୁଖ୍ୟ ସୃତରେ ସାମିଲ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ କେରଜୁଳି ପଂଚାୟତ କେନ୍ଦୁମୁଣ୍ଡା ଓ ଝାଞ୍ଜିରିବେରେଣା ନୀଳ।ପଶି ,ଘାଗରାମୁଣ୍ଡା ପଂଚାୟତ ଆସନବ।ହ।ଳି ଭଳି ଗାଁରେ ପୋଖରୀ ଖୋଳା ଯାଉଛି ଯାହାଫଳରେ ଗାଁର ଲୋକମାନେ ଏଠାରେ ଶ୍ରମିକ ଭାବରେ କାମକରି ଦୈନିକ ମଜୁରୀ ପାଇବା ସାଙ୍ଗକୁ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି ।କରୋନା ଛଡାଇ ନେଇଥିଲା ରୋଜଗାର ଆଉ ଏବେ ସରକାର ପୁଣିଥରେ ଦେଇଛନ୍ତି ଯାହାକି ସେମାନେ ବହୁତ ଖୁସିରେ ଥିବା କହିଛନ୍ତି ।ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ବେହେରା ଓ କନିଷ୍ଟ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ରାଉତଙ୍କ ପ୍ରତ୍ୟେଖ ତତ୍ୱ।ବଧାନରେ ଚାଲିଛି ଏହି ସବୁ କାମ ।

related posts

Leave a Comment