Home Breaking News ଛତ୍ରପୁର ସବଡିଭିଜନରେ ଜାରି ରହିଛି ରାଜସ୍ବ ସେବା

ଛତ୍ରପୁର ସବଡିଭିଜନରେ ଜାରି ରହିଛି ରାଜସ୍ବ ସେବା

by Times One Odia
Share with
     
 
 
   

ଗଞ୍ଜାମ(ନିରଞ୍ଜନ ପାଢ଼ୀ): କୋଭିଡ କଟକଣା ପାଇଁ ସର୍ବସାଧାରଣ ମାନଙ୍କୁ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ସରକାରୀ କାର୍ଯଳୟକୁ ଯିବାପାଇଁ ବାରଣ କରାଯାଇଛି l ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷ୍ୟରୁ ଲୋକଙ୍କ ନିକଟରେ ରାଜସ୍ୱ ସେବା ଯୋଗାଇବାପାଇଁ ରାଜସ୍ୱରଥ ଆରମ୍ଭ କରାଯାଇଛି l ଏହି ସେବା ମାଧ୍ୟମ ରେ ତହସିଲ ପକ୍ଷରୁ ପ୍ରତ୍ୟେକ ଘର ନିକଟକୁ ପ୍ରସନିକ ଅଧିକାରୀ ମନେ ପହଂଚି ସେବା ଯୋଗାଉଛନ୍ତି l ନିଜେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ତହସିଲଦାର ନୀଳମାଧବ ଭୋଇ, ବିଡ଼ିଓ ଅମ୍ବିକା ପ୍ରସାଦ ଦାସ, ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ ଏବଂ ରାଜସ୍ୱ ଅଧିକାରୀ ମାନେ ଘରେ ଘରେ ପହଂଚି ଲୋକ ମାନଙ୍କୁ ଏହି ସେବା ଯୋଗାଉଛନ୍ତି l ଏହି ସେବା ଜରିଆରେ ଲୋକ ମାନେ ଅତି ସହଜ ରେ ଘରେ ଥାଇ ପଟ୍ଟା, ବିବିଧ ପ୍ରମାଣପତ୍ର ଆଦି ପାଇଥାନ୍ତି l ଛତ୍ରପୁର ସବ୍ଡିଭିଜନ ରେ ବର୍ତମାନ ସୁଦ୍ଧା ଦୁଇହଜାର ରୁ ଅଧିକ ଲୋକ ଏହି ସେବା ଦ୍ୱାରା ଉପକୃତ ହୋଇପାରିଥିବା ଛତ୍ରପୁର ଉପଜିଲ୍ଲାପାଳ କାର୍ଯାଳୟ ପଖ୍ୟରୁ ସୂଚନା ପ୍ରଦାନ କରାଯାଇଛି l ଲୋକ ମାନେ ମଧ୍ୟ ଜିଲ୍ଲା ପ୍ରଶାସନ ର ଏହି ଅଭିନଵ ପଦକ୍ଷେପ କୁ ସ୍ୱାଗତ କରିଛନ୍ତି ଲା

related posts

Leave a Comment