କିଛି ଦିନର ବ୍ୟବଧାନ ପରେ ପୁଣି ପୁରୁଣା ବାଟ ଆପଣାଇଲାଣି ଚୀନ୍ । ଭାରତ ଏବଂ ଚୀନ୍ ମଧ୍ୟରେ ସାମରିକ ବିବାଦ ସମାଧାନ ପାଇଁ ଅନେକ କମାଣ୍ଡର ସ୍ଥରୀୟ ବୈଠକ ବସି ସାରିଛି । ଏମଧ୍ୟରେ ଚୀନର ଯୁଦ୍ଧ ବିମାନ ପୁଣି ଥରେ ଏଲଏସିରେ ପଇଁତରା ମାରିବା ନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଚୀନର ପ୍ରାୟ ୨୧-୨୨ଟି ଯୁଦ୍ଧ ବିମାନ ମୁଖ୍ୟତଃ ଜେ-୧୧ ଏବଂ କିଛି ଜେ-୧୬ ଯୁଦ୍ଧ ବିମାନ ପୂର୍ବ ଲଦାଖର ଭାରତୀୟ ଅଞ୍ଚଳ ଉପରେ ପଇଁତରା ମାରିଥିଲା । ଚୀନର ଯୁଦ୍ଧ ବିମାନର ଏହି କାର୍ୟ୍ୟକଳାପ ହଟାନ, ଗାର ଗୁନ୍ସା ଏବଂ କାଶ୍ଗର ଏୟାରଫିଲ୍ଡ ଏୟାରବେସରୁ ହୋଇଥିଲା, ଯାହାକୁ ବିଭିନ୍ନ ପ୍ରକାରର ଯୁଦ୍ଧବିମାନର ଉପସ୍ଥିତି ଲୁଚାଇବା ପାଇଁ ତିଆରି କରାଯାଇଛି । ତେବେ ନିଜ ସୀମା ଭିତରେ ରହି ଚୀନର ଯୁଦ୍ଧ ବିମାନ ପଇଁତରା ମାରିଥିବା ଜଣାପଡିଛି ।
ଚୀନ ସୀମାରେ ଯେପରି ବ୍ୟବହାର କରିବ ଭାରତ ତାହାର କଡା ଜବାବ ଦେବାକୁ ସକ୍ଷମ ବୋଲି ଗତ ମାସରେ ସ୍ପଷ୍ଟ କରିଥିଲେ ଭାରତୀୟ ସେନା ମୁଖ୍ୟ । ଏପରିକି ଭାରତ କେ ୯୦ ବଜ୍ର ଟ୍ୟାଙ୍କକୁ ମଧ୍ୟ ଲଦାଖର ଆଗୁଆ ଘାଟିରେ ଭାରତ ପହଁଚାଇ ସାରିଛି ।
ଲଦାଖ ସୀମାରେ ଉଡୁଛି ଚୀନର ଲଢୁଆ ଯୁଦ୍ଧ ବିମାନ
Share with