Home Breaking News / ତାଜା ଖବର ମୁନିଗୁଡା ପୋଲିସ ଦ୍ୱାରା ୬ କୁଇଣ୍ଟାଲ ୫୩ କେଜି ଗଞ୍ଜେଇ ଜବତ

ମୁନିଗୁଡା ପୋଲିସ ଦ୍ୱାରା ୬ କୁଇଣ୍ଟାଲ ୫୩ କେଜି ଗଞ୍ଜେଇ ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁନିଗୁଡା(ରଞ୍ଜନ ସ୍ୱାଇଁ): ମୁନିଗୁଡା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା l ବିଶେଷ ସୂତ୍ରରୁ ଖବର ପାଇ ଆଜି ଅପରାହ୍ନରେ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଓ ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଚନ୍ଦ୍ରପୁର ବ୍ଲକର କୁଟୁଡୁକୁପା ଗ୍ରାମ ନିକଟ ଜଙ୍ଗଲରେ ବିକ୍ରି ପାଇଁ ଯୋଜନା ଚାଲିଥିବା ବେଳେ ଚଢାଉ କରି 4 ଜଣକୁ ଗିରଫ କରିଥିବା ସହ ବିପୁଳ ପରିମାଣରେ ଗଞ୍ଜେଇ ଯବତ କରିବାରେ ସଫଳ ହୋଇଥିଲେ l ଗିରଫ ଗଞ୍ଜେଇ ମାଫିଆ ମାନେ ହେଲେ ଭୀମ ଜାଗାରାଙ୍ଗା,ପ୍ରସାଦ ଜାଗାରାଙ୍ଗା,ତ୍ରିନାଥ ଜାଗାରାଙ୍ଗା ଓ କବିରାଜ ଜାଗାରାଙ୍ଗା l ଯବତ ହୋଇଥିବା ଗଞ୍ଜେଇର ଓଜନ 6 କୁଇଣ୍ଟାଲ 53 କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ 60 ଲକ୍ଷ୍ୟରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି l ଆସନ୍ତା କାଲି ଗିରଫ ହୋଇଥିବା ଗଞ୍ଜେଇ ମାଫିଆ ମାନଙ୍କୁ ସ୍ୱାସ୍ଥ୍ୟ ପରିକ୍ଷା ସହ କୋଭିଡ ଟେଷ୍ଟ ପରେ କୋର୍ଟ ଚାଲାଣ କରାଯିବ ଏଥିସହ ଏଥିରେ ସଂପୃକ୍ତ ଥିବା ଅନ୍ୟ ଗଞ୍ଜେଇ ମାଫିଆଙ୍କୁ ମଧ୍ୟ ବହୁ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଏସଡ଼ିପିଓ ଲା

related posts

Leave a Comment