Home Breaking News / ତାଜା ଖବର ବହୁଚର୍ଚ୍ଚିତ ବରିଷ୍ଟ ଡାକ୍ତର କୀର୍ତ୍ତନ ଗୌଡଙ୍କ ଦେହାନ୍ତ

ବହୁଚର୍ଚ୍ଚିତ ବରିଷ୍ଟ ଡାକ୍ତର କୀର୍ତ୍ତନ ଗୌଡଙ୍କ ଦେହାନ୍ତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁମିଶ୍ର): ଗଞ୍ଜାମ ଜିଲ୍ଲା ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ଏକ ନମ୍ବର ୱାର୍ଡ ଗୋଲାମୁଣ୍ଡୁଳା ଗ୍ରାମର ଖୁବ୍ ଜଣାଶୁଣା ଖ୍ୟାତିନାମା ବରିଷ୍ଠ ଡାକ୍ତର କୀର୍ତ୍ତନ ଗୌଡଙ୍କ ଦେହାନ୍ତ ହୋଇଥିବା ଦୁଃଖଦ ଖବର ମିଳିଛି । ଡାକ୍ତର ଗୌଡ ଦୀର୍ଘ ଏକ ମାସ ପୂର୍ବରୁ କରୋନା ସଂକ୍ରମଣରେ ସଂକ୍ରମିତ ହୋଇ ବ୍ରହ୍ମପୁର କୋଭିଡ୍ ହସପିଟାଲରେ ଚିକିତ୍ସିତ ହୋଇ କରୋନା ଯୋଦ୍ଧା ଭଳି ଗ୍ରାମକୁ ଦଶଦିନ ହେଲା ପ୍ରତ୍ୟାବର୍ତ୍ତନ କରିଥିଲେ କିନ୍ତୁ ବିଧିର ନିର୍ଦ୍ଦେଶରେ ପୁଣି ରବିବାର ଦିନ ସଂଧ୍ୟା ସମୟରେ ଅକ୍ସିଜେନର ଅଭାବରେ ଅସୁସ୍ଥତା ଅନୁଭବ କରିବାରୁ ସ୍ଥାନୀୟ ବୁଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । କିଛି ସମୟର ଚିକିତ୍ସା ସୁବିଧା ପାଇବା ପରେ ମୃତ୍ୟୁ ଘଟିଥିବା ତତ୍କାଳୀନ ଡାକ୍ତର ସୂଚନା ଦେଇଥିଲେ । ଏ ଖବର ଅଞ୍ଚଳରେ ଚାଞ୍ଚଲ୍ଯ ହେବା ପରେ ଜନସାଧାରଣଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ଡାକ୍ତର ଗୌଡ ଜଣେ ମେଳାପୀ,ମିଷ୍ଟଭାଷୀ ସ୍ବାଭିମାନର ବ୍ୟକ୍ତି ଥିଲେ । ସେ ଦୀର୍ଘଦିନ ଧରି ତାଙ୍କର ଗୌଡ ସମ୍ପ୍ରଦାୟର ବୁଗୁଡା ମୁଠା ର ସଭାପତି ଦାୟିତ୍ବ ନିର୍ବାହ କରିଥିବା ବେଳେ ବୁଗୁଡା ସହରରେ ପ୍ରତିଷ୍ଠିତ ହୋଇଥିବା ଅଗ୍ରଣୀ କଳା ଓ ସଂସ୍କୃତି ର ପ୍ରତିଷ୍ଠାନ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦର ମଧ୍ୟ ଦୀର୍ଘ ତିନି ବର୍ଷ ଧରି ସଭାପତି ଥିଲେ । ତାଙ୍କରି ମର ଶରୀରକୁ ନିଜ ଗ୍ରାମ ଶ୍ବଶାନରେ ସଂସ୍କାର କରିଥିଲେ । ଏ ଅଞ୍ଚଳରେ ଜଣେ ବରିଷ୍ଠ ଡାକ୍ତର ତଥା ମେଳାପୀ ବୋଲି ମତ ଦେଇ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସମ୍ପାଦକ ତ୍ରିଲୋଚନ ପଣ୍ଡା ଙ୍କ ଶହ ସାମ୍ବାଦିକ ଅଭିମନୁମିଶ୍ର ଯାଈ ସେଠାରେ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ଇଶ୍ଵରଙ୍କ ନିକଟରେ ପ୍ରାର୍ଥନା ଜଣାଇ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

related posts

Leave a Comment