Share with
ପୋଲଶରା(ଅଭିମନୁମିଶ୍ର): ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଶହର ମଧ୍ୟରେ ଥିବା ହରିଡାଖଣ୍ଡି ସ୍ଥିତ ପୋଖରୀରେ ଜଣେ ବ୍ଯକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଦେଖିବା ପରେ ଏନେଇ ବଡ଼ ବଜାର ଥାନାକୁ ଖବର ଦେଇଥିଲେ। ବଡ଼ ବଜାର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଧ୍ଯାର କରିଥିଲେ। ହେଲେ ମୃତ ଦେହର ପରିଚୟ ମିଳିଥିଲା। ସ୍ଥାନୀୟ ଲକ୍ଷ୍ମୀ ନୃସିଂହ ସାହି ଚତୁର୍ଥ ଲାଇନ୍ ରେ ରହୁଥିବା ସିମାଞ୍ଚଳ ମହାରଣାଙ୍କ ବୋଲି ଜଣାପଡିଥିଲା। ତେବେ ଉକ୍ତ ବ୍ଯକ୍ତି ଜଣକ ମାନସିକ ବିକୃତ ହୋଇଥିବା ବେଳେ ଗତ ରାତିରେ ସେ ଘରକୁ ଫେରି ନଥିଲେ। ଏଣୁ ପୋଖରୀରେ ଗୋଡ଼ ଖସି ପଡିଯାଇ ମୃତ୍ୟୁ ଘଟିଛି ନା ମୂତ୍ଯୁ ର ଅନ୍ୟ କିଛି କାରଣ ରହିଛି ା ଶବ ବ୍ଯବଚ୍ଛେଦ ପରେ ତାହା ଜଣାପଡିବ ବୋଲି ଥାନା ଅଧିକାରୀ ଭୂପତି ସୂଚନା ଦେଇଛନ୍ତି। ଏନେଇ ବଡ଼ ବଜାର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି।