Home Breaking News / ତାଜା ଖବର ଛତୁ ଫାର୍ମକୁ ଜାଳିଦେଲେ ଦୁବୃର୍ତ୍ତ

ଛତୁ ଫାର୍ମକୁ ଜାଳିଦେଲେ ଦୁବୃର୍ତ୍ତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁ ମିଶ୍ର): ଏକ ବଡ଼ ଧରଣର ଛତୁ ଫାର୍ମକୁ ଜାଳିଦେଲେ ଅଜଣା ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ର ବେଗୁନିଆପଡ଼ା ଠାରେ ଘଟିଛି ଏଭଳି ଏକ ଘଟଣା ।ସୂଚନା ଅନୁସାରେ ବେଗୁନିଆପଡ଼ାର ମହେନ୍ଦ୍ର କୁମାର ଗୌଡ଼ ନିଜ ଘର ପାର୍ଶ୍ଵରେ ଏକ ଛତୁ ଫାର୍ମ କରିଥିଲେ ଏବଂ ଗତ ୪ ମାସ ହେଲା ଏହି ଫାର୍ମରୁ ଦୈନିକ ୪୦ ରୁ ୫୦ କେଜି ଛତୁ ବାହାରୁଥିଲା। ତେବେ କୌଣସି ଅଜଣା ଦୁର୍ବୃତ୍ତ ଏହି ଫାର୍ମରେ ନିଆଁ ଲଗାଇ ଦେଇଥିଲେ। ମହେନ୍ଦ୍ର ନିଜ ଘରେ ଶୋଇଥିବା ବେଳେ ସାହି ପଡୋଶୀ ନିଆଁ ଲାଗିଥିବା ଦେଖିବାକୁ ପାଇ ମହେନ୍ଦ୍ରଙ୍କୁ ଡାକିଥିଲେ। ଏହାପରେ କୋଦଳା ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଛତୁ ଫାର୍ମରେ ଏଭଳି ଭାବେ ନିଆଁ ଲଗାଇ ଥିବା ଦୁବୃର୍ତ୍ତ ଜଣକର ହୀନ ଓ ଅମାନବୀୟ କାର୍ଯ୍ୟକୁ ନେଇ ଅଞ୍ଚଳରେ ନାପସନ୍ଦ କରାଯାଇଛି। ଘଟଣାକୁ ନେଇ ମହେନ୍ଦ୍ର ବେଗୁନିଆପଡ଼ା ଫାଣ୍ଡିରେ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ପାଖାପାଖି ୫ ଲକ୍ଷ ଟଙ୍କାର ଏହି ପ୍ରୋଜେକ୍ଟ ଟି ସଂପୂର୍ଣ୍ଣ ଭାବେ ନିଆଁରେ ଜଳିପୋଡ଼ି ସର୍ବସାନ୍ତ ହୋଇଯାଇଥିବା ବେଳେ ଅପରାଧୀଙ୍କୁ ଧରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ମହେନ୍ଦ୍ର। ଏଥି ସହିତ ସରକାରୀ କ୍ଷତିପୂରଣ ମିଳିଲେ ଉପକୃତ ହୋଇ ପାରନ୍ତେ ବୋଲି ସେ କହିଛନ୍ତି।

related posts

Leave a Comment