ଜୁନାଗଡ଼(ରବି ଶଙ୍କର ସୁନାନୀ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ର ବୁଢ଼ୀଦର ଏବଂ ବାଙ୍କପଳାସ ଗ୍ରାମରେ ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ କେପଟେନ ଦିବ୍ୟ ଶଙ୍କର ମିଶ୍ର ବୃଦ୍ଧ ବୃଦ୍ଧା ଙ୍କୁ ଭତ୍ତା ବଣ୍ଟନ କରିଥିଲେ l ମନ୍ତ୍ରୀ କେପଟେନ ମିଶ୍ର କିଛି ଦିନ ହେଲା ଜୁନାଗଡ଼ ଅଞ୍ଚଳରେ ମାରାଥନ ପରିଦର୍ଶନ ଜାରି ରଖିଛନ୍ତି l ସେଥି ମଧ୍ୟରୁ ବର୍ତ୍ତମାନ ଚାଲିଥିବା ମଣ୍ଡି ମାନ ପରିଦର୍ଶନ କରି ଚାଷୀ ମାନଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ପଦକ୍ଷେପ ନେଉଥିବା ଦେଖିବକୁ ମିଳିଛି l ଏହି ପରିଦର୍ଶନ ବେଳେ ବୁଢ଼ୀଦର ଏବଂ ବାଙ୍କପଳାସ ଗ୍ରାମରେ ବୃଦ୍ଧ ବୃଦ୍ଧା ଙ୍କୁ ଭତ୍ତା ବଣ୍ଟନ କରିଥିଲେ l ସେଥି ମଧ୍ୟରୁ ବୁଢ଼ୀଦର ଠାରେ ୨୪ ଜଣଙ୍କୁ ଏବଂ ବାଙ୍କପଳାସ ଠାରେ ୩୪ ଜଣ ଙ୍କୁ ଭତ୍ତା ବାଣ୍ଟି ଥିଲେ l ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଭବାନୀପାଟଣା ପୂର୍ବତନ ପୌରାଧ୍ୟକ୍ଷ ଆଦିତ୍ୟ ନନ୍ଦ ,ବି ଜେ ଡି ବ୍ଲକ ସଭାପତି ପ୍ରମୋଦ ବେହେରା, ସରପଞ୍ଚ ଅଜୟ ବେହେରା, ପ୍ରଦ୍ୟୁମ୍ନ ରାଉତ, କାମାକ୍ଷ ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ ଲା
ମନ୍ତ୍ରୀଙ୍କ ଦ୍ଵାରା ଭତ୍ତା ବଣ୍ଟନ
Share with
previous post