Home Breaking News ବାଘଛାଲ ଜବତ: ଜଣେ ଗିରଫ

ବାଘଛାଲ ଜବତ: ଜଣେ ଗିରଫ

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳରୁ ପୁଣି ବାଘଛାଲ ଜବତ । ସୋମବାର ଫୁଲବାଣୀ ବନଖଣ୍ଡ ଅଧିନ ସୁଡୁ କୁମ୍ଫା ରେ ଜଂ ର ଓ, ବନ କର୍ମଚାରୀମାନେ ଏକ ଚିତାବାଘ ଚମଡ଼ା ଜବତ କରିବା ସହ ଏ ସଂପର୍କରେ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ଜଣଙ୍କ କବି କହଁର,I କବି ଏକ ଚିତାବାଘ ଚମଡ଼ାକୁ ଚାଲାଣ କରିବାକୁ ଯୋଜନା କରୁଥିବାବେଳେ କୌଣସି ସୁତ୍ରରୁ ଖବର ପାଇ ବନ ବିଭାଗ କର୍ମଚାରି ମାନେ ଚଢ଼ାଉ କରି ବାଘ ଚମଡ଼ା ଜବତ କରିବା ସହ କବିକୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଥିବା ବିଶେଷ ସୁତ୍ରରୁ ଜଣାପଡିଛି ।
ସୁଡ଼ରୁ କୁମ୍ଫା ଜଙ୍ଗଲରୁ ହିଁ ଏହି ଚିତାବାଘକୁ ମାରି ତାର ଚମଡ଼ାକୁ ଅଭିଯୁକ୍ତ ବିକ୍ରିକରିବ।ବେଳେ ଧରାପଡିଥିବା କୁହାଯାଉଛି ।
ଏହି ଅଭିଯୁକ୍ତ ଜଣକ ପୂର୍ବରୁ ରିତିମତ ବାଘମାରି ଚମଡ଼ା ବିକ୍ରି କରୁଥିବା ଶୁଣିବାକୁ ମିଳିଛି ।
ହେଲେ ବନବିଭାଗ କର୍ମଚାରୀ ଘଟଣାକୁ ଚପାଇଦେବ।କୁ ଉଦ୍ୟମ କରି ପରେ ବିଫଳ ହେବାରୁ ଶେଷରେ ଜଣକୁ ଗିରଫ କରିଥିଲେ । ଏଥିରେ ସଂପୃକ୍ତ ମାଫିଆ ମାନଙ୍କସଂପୃକ୍ତି ଥିବା ନେଇ ବନ ବିଭାଗ ପାଖରେ ପକ୍କା ଖବର ଥିଲେ ମଧ୍ୟ ସେମାନଙ୍କୁ ଗିରଫ କରିନଥିବା ଫଳରେ ବନବିଭାଗ କର୍ମଚୀରୀଙ୍କ ସାଧୁତା ଉପରେ ପ୍ରଶ୍ନଚିହ୍ନ ଲାଗିଛି ।
ବାଘଛାଲ ନେଇ ନା ଡିଏଫଓ ନା ରେ ଜଂର କିଛି ନ ଜଣାଇବା ସନ୍ଦେହ କୁ ଅଧିକ ଦୃଢ କରୁଥିବା ନେଇ ଚର୍ଚାଯୋର ଧରିଛି।

related posts

Leave a Comment