Home Breaking News / ତାଜା ଖବର ପୁଣି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ

ପୁଣି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁମିଶ୍ର): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶନିବାର ପୂର୍ବାହ୍ନରେ ସାନଖେମୁଣ୍ଡି ବ୍ଲକ ପାଟପୁର ବଟେଶ୍ବର ଛକ ଠାରେ ପହଞ୍ଚି ମାତା ପିତାଙ୍କୁ ହରାଇ ବେସାହାରା ହୋଇଥିବା ୩ ଶିଶୁଙ୍କୁ ଭେଟିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ ଏବଂ କିଛି କିଛି ସରକାରୀ ସହାୟତା ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇ ଫେରିଥିବା ଜଣାପଡିଛି । ଖବରନୁଯାୟୀ , ପାଟପୁର ବଟେଶ୍ବର ଛକ ନିକଟରେ ରହୁଥିବା ଜି . ସୋନାଲି ରେଡ୍ଡୀ , ଜି. ଜଗାବଳିଆ ରେଡ୍ଡୀ , ଜି. ଭାବିନୀ ରେଡ୍ଡୀଙ୍କ ବାପା ଉପେନ୍ଦ୍ର ରେଡ୍ଡୀଙ୍କ ଗତ ୫ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିବା ବେଳେ କିଛି ଦିନ ତଳେ ମାଆ ସବିତାଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡିଛି । ଯାହାଫଳରେ ତିନି ଶିଶୁ ଏବେ ବେସାହାରା ହେବା ସହ ସେମାନଙ୍କ ରକ୍ଷଣାବେକ୍ଷଣ ଏବଂ ଭବିଷ୍ୟତ କିପରି କରିପାରିବେ ଏନେଇ ଗ୍ରାମବାସୀ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବି କରିଥିଲେ । ଏହି ଘଟଣା ବିଭିନ୍ନ ଖବରକାଗଜରେ ପ୍ରସାରିତ ହେବାପରେ ଗତ ଦୁଇଦିନ ତଳେ ସ୍ଥାନୀୟ ବ୍ଲକ ପ୍ରଶାସନ ଅଧିକାରୀ ଓ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅରୁଣା ପକ୍ଷରୁ କିଛି ସହାୟତା ପ୍ରଦାନ କରାଯାଇଥିଲା । ଏହାପରେ ଆଜି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଉକ୍ତ ଶିଶୁଙ୍କୁ ଭେଟି ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିବା ସହ ଶିଶୁଙ୍କ ଅନଲାଇନ ପାଠପଢା ନିମନ୍ତେ ଏକ ନୋଟପେଡ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ନିଜସ୍ଵ ପାଣ୍ଠିରୁ ୧୦ ହଜାର ଟଙ୍କା , ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ଓ ଗୁରୁଛାତ୍ର କଲ୍ୟାଣ ପାଣ୍ଠିରୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି । ଏପରିକି ସେମାନଙ୍କୁ ଆଗାମୀ ଦିନରେ ସମସ୍ତ ସରକାରୀ ଯୋଜନାରେ ସାମିଲ ସାମିଲ୍ କରାଯିବ ବୋଲି କହିଛନ୍ତି । ଏହି ସମୟରେ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରା , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ , ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା , ସରପଞ୍ଚ ଟି . ବାବୁ ସୁବୁଦ୍ଧି , ସମିତି ସଭ୍ୟ ପ୍ରତିନିଧି ପ୍ରଶାନ୍ତ ସ୍ବାଇଁ ସମେତ କିଛି ବିଦ୍ୟାଳୟ ଶିକ୍ଷକ ଏବଂ ସିଆରସିସିମାନେ ଉପସ୍ଥିତ ରହିଥିଲେ ।

related posts

Leave a Comment