Home Breaking News / ତାଜା ଖବର ଫ୍ରେଂଚ ଓପନରୁ ଓହରି ଗଲେ ରୋଜର ଫେଡେରର

ଫ୍ରେଂଚ ଓପନରୁ ଓହରି ଗଲେ ରୋଜର ଫେଡେରର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପ୍ରେଂଚ ଓପନରେ ରୋଜର ଫେଡେରରଙ୍କ ଫ୍ୟାନଙ୍କ ପାଇଁ ଶକ୍ତ ଝଟକା । ଚଳିତ ଫ୍ରେଂଚ ଓପନରେ ଆଉ ଦେଖିବାକୁ ମିଳିବନି ଫେଡେରରଙ୍କ କମାଲ ଭରା ସଟସ୍ । କାରଣ ପ୍ୟାରିସରେ ଚାଲିଥିବା ଏହି ସୁନାମଧନ୍ୟ ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି ରୋଜର ଫେଡେରର । ରବିବାର ସକାଳେ ଫେଡେରର ଏଭଳି ଇସାରା କରିଥିଲେ । ସୋମବାର ସେ ଓହରି ଯାଇଥିବା ସ୍ପଷ୍ଟ କରିଛନ୍ତି । ୨୦ ଥର ଗ୍ରାଣ୍ଡସ୍ଲାମ ବିଜେତା ଏହି ଷ୍ଟାର ଖେଳାଳି ନିଜର ଆଣ୍ଠୁ ଯନ୍ତ୍ରଣା ନେଇ ଖେଳରୁ ଓହରି ଯାଉଥିବା ଉଲ୍ଲେଖ କରିଛନ୍ତି ।
କ୍ୟାରିୟରରେ ୨୦ଟି ଗ୍ରାଣ୍ଡସ୍ଲାମ୍ ବିଜେତା ହେଉଛନ୍ତି ରୋଜର ଫେଡେରର । ୨୦୨୦ ମସିହାରେ ସେ ଆଣ୍ଠୁ ଅସ୍ତ୍ରୋପଚାର କରାଇଥିଲେ । ଆଗକୁ ୱିମ୍ୱଲଡନ୍ ଓପନ୍ ଉପରେ ସେ ଗୁରୁତ୍ୱ ଦେଉଥିବାରୁ , ବର୍ତମାନ ଫ୍ରେଂଚ ଓପନର ଅଧାରୁ ଫେଡେରର ଓହରି ଯାଇପାରନ୍ତି ବୋଲି ଆକଳନ କରାଯାଉଛି ।

        ଫେଡେରର ଗତ ବର୍ଷ ଦୁଇଟି ଆଣ୍ଠୁ ଅସ୍ତ୍ରୋପଚାର କରିଥିଲେ ଏବଂ ପ୍ୟାରିସରେ ପହଞ୍ଚିବା ପୂର୍ବରୁ ଗତ ୧୬ ମାସ ମଧ୍ୟରେ ମାତ୍ର ତିନୋଟି ମ୍ୟାଚ୍ ଖେଳିଥିଲେ।

related posts

Leave a Comment