Home Breaking News / ତାଜା ଖବର ଦେଶରେ ମାଗଣା ଟିକା ସହ ମିଳିବ ମାଗଣା ରାସନ: ପ୍ରଧାନମନ୍ତ୍ରୀ

ଦେଶରେ ମାଗଣା ଟିକା ସହ ମିଳିବ ମାଗଣା ରାସନ: ପ୍ରଧାନମନ୍ତ୍ରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କରୋନା କାଳରେ ଦେଶବାସୀଙ୍କୁ ସଂବୋଧନ କରି ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାଗଣା ଟିକା ସହ ମାଗଣା ରାସନ ଦେବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । କରୋନା ପାଇଁ ଜୀବିକା ବିପନ୍ନ ହୋଇଥିବାରୁ ମାଗଣା ରାସନ ଦେବାକୁ ମୋଦୀ ଆଜି ଘୋଷଣା କରିଛନ୍ତି ।ନଭେମ୍ବର ଯାଏଁ ଦେଶର ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦେବାକୁ ମୋଦୀ ଘୋଷଣା କରିଥିବାବେଳେ ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଏହି ରାସନ ଦିଆଯିବ । ମୋଦୀ କହିଛନ୍ତି ଯେ ଦୀପାବଳି ଯାଏଁ ଗରିବଙ୍କୁ ମାଗଣାରେ ରାସନ ଦିଆଯିବ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସରକାର କୌଣସି ପରିବାରକୁ ଭୋକରେ ଶୋଇବାକୁ ଦେବେନି । ତେଣୁ ନଭେମ୍ବର ଯାଏଁ ମାଗଣା ରାସନ ଦେବାର ସୀମାକୁ ବଢାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ଭୂତାଣୁ ମହାମାରୀର ପ୍ରଥମ ଲହରୀ ସମୟରେ ଦେଶର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ୮ ମାସ ପାଇଁ ମାଗଣା ରାସନ ଦିଆଯାଇଥିଲା ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ମହାମାରୀର ଦ୍ୱିତୀୟ ଲହରୀ ହେତୁ ଏହି ଯୋଜନା ମେ ଏବଂ ଜୁନ୍ ମାସ ପାଇଁ ବୃଦ୍ଧି କରାଯାଇଥିଲା ଏବଂ ଆଜି ଦୀପାବଳି ପର‌୍ୟ୍ୟନ୍ତ ଏହି ଯୋଜନାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।

related posts

Leave a Comment