Home Breaking News / ତାଜା ଖବର ଗୁଠୁକା ପାନ ମସଲା କଳାବଜାରୀ ରୋକିବାରେ ପ୍ରଶାସନ ବିଫଳ

ଗୁଠୁକା ପାନ ମସଲା କଳାବଜାରୀ ରୋକିବାରେ ପ୍ରଶାସନ ବିଫଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ରେ ଏଗାରଟି ବ୍ଳକ ସହ ତିନି ନଗର ମିଶି ସବୁ ଚଉଦ ବ୍ଲକ ଅଟେ।ଏହି ବ୍ଲକ ର ପେଣ୍ଠ ସ୍ଥଳୀ ଭାବେ ସବୁ ବ୍ଲକ ସଦର ମହକୁମା ଠାରେ ଅବସ୍ଥିତ। ଏହି ମହକୁମାରେ ଦୋକାନ ବଜାରରେ ବ୍ୟବସାୟୀମାନେ ଅବାଧରେ ଘୁଠୁଖା ପାନ ମସଲା ଜର୍ଦା ଆଦି ନିସିଧ ତମ୍ବାଖୁ ବିକ୍ରି କରିଥାନ୍ତି । କରନା କଟକଣା ଘୋଷଣା କଲାପରେ ଅପର୍ଯ୍ୟାପ୍ତ ପରିମାଣରେ ଘୁଠୁଖା ଗୁଡିକୁ ଲୁଚାଇ ରଖି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଆଉ ଷ୍ଟକ ନାହିଁ କହି ଦୁଇ ଦିନ ପଯ୍ୟନ୍ତ ଜିନିଷ ନ ମିଳିବା ଆଲ ଦେଖାଇ ଜିନିଷ ଅଧିକ ରେଟ ବଢିଛି ତେଣୁ ଆଣିନୀ ସରିଯାଇଛି କହି ଫେରାଇ ଦେଇଥାନ୍ତି। ବେଆଇନ ଘୋଷଣା ହୋଇଥିବା ତମ୍ବାଖୁ କିପରୀତିଆରି ହେଉଛି ଓ କିପାରୀ ବିକ୍ରି କରାଯାଉଛି ପ୍ରଶାସନ କାହିଁକି ଦେଖି ନ ଦେଖିଲା ଭଳି ରହୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରିକି ନାବାଳକ ଙ୍କୁ ବି ବିକ୍ରି କରୁଥୁବା ଦେଖିବାକୁ ମିଳୁଛି । ପ୍ରତ୍ୟେକ ବ୍ୟବସାୟୀ ମାନେ ଅବଶ୍ୟକରୁ ଅଧିକ ଗଛିତ ରଖିଥିବା ଜଣା ପଡିଥିବା ବେଳେ ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଜିଲ୍ଲାର ରମାନଗୁଡା, ଚନ୍ଦ୍ରପୁର, ଜିମିଡ଼ି ପେଟା,କଲ୍ୟାଣସିଙ୍ଘପୁର ,ମୁନିଗୁଡା ବ୍ଲକ ଅଂଚଳରେ ପାଞ୍ଚ ଟଙ୍କା ବିକ୍ରୀ ହେଉଥିବା ଭାଙ୍ଗ ଏବେ ୩୦ ରେ ପହଂଚିଛି ଯାହାକି ଅହେତୁକ ବୃଦ୍ଧି ଅଟେ। ଅବକାରୀ ବିଭାଗ ଓ ପୋଲିସ ର ଆଖି ଆଗରେ ଖୋଲା ଖୋଲି ବିକ୍ରି କରା ଯାଉଥୁଲେହେଁ ଆକଟ କରିବାକୁ କେହି ନାହାନ୍ତି । ନିଶାମୁକ୍ତ ଓଡିଶା ଗଠନ କରିବାକୁ ଅନେକ ସ୍ବେଚ୍ଛା ସେବୀ ଅନୁଷ୍ଟ।ନ ମାନ ଚେଷ୍ଠା ସବୁ ଚେଷ୍ଠାରେ ରହିଯାଇଛି ଓ ଆଶା ସ୍ୱପ୍ନ ମୌଳିବାରେ ଲାଗିଛି । “ମୁଲୁ ମାଇଲେ ଯିବ ସରି ଦେବ ସଙ୍ଗେ କିପାକରି “ଭଳି ତମ୍ବାଖୁ ନିର୍ମାତା ଙ୍କ ଉପରେ ରୋକ ଲଗାଇ ଏହାର ଉତ୍ପାଦନକୁ ବନ୍ଦ କରିଦେଲେ ସବୁ ଠିକ ହୋଇଯିବ ବୋଲି ବୁଦ୍ଧିଜୀବୀ ଙ୍କ ମତ। ଛୋଟ ବ୍ୟବସାୟୀଙ୍କୁ ଧରି କିଛି ଲାଭ ନାହିଁ କାରଣ ସେମାନେ ଅଳ୍ପ ଆଣି ବିକ୍ରି କରି ପେଟ ପୋଷିବା ପାଇଁ କରିଥାନ୍ତି କିନ୍ତୁ ବଡ଼ ବ୍ୟବସାଇ ମାନେ ମୁନାଫା ଖୋର ଅଟନ୍ତି। ଅତି ଆବଶ୍ୟକୀୟ ମାଲ ପରିବହନ ନାରେ ଘୁଠୁଖା ପାନ ମସଲା ଅବାଧରେ ପରିବହନ ହେଉଛି ତାହା ରୋକିବାରେ ପ୍ରଶାସନ ବିଫଳ।

related posts

Leave a Comment