Home Breaking News / ତାଜା ଖବର କୋଭିଡ ଟିକା ପାଇଁ ସର୍ବାଧିକ କେତେ ଟଙ୍କା ଦାବି କରିପାରିବେ ଘରୋଇ ହସ୍ପିଟାଲ, ଜାଣିଛନ୍ତି କି ?

କୋଭିଡ ଟିକା ପାଇଁ ସର୍ବାଧିକ କେତେ ଟଙ୍କା ଦାବି କରିପାରିବେ ଘରୋଇ ହସ୍ପିଟାଲ, ଜାଣିଛନ୍ତି କି ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କରୋନାରୁ ବର୍ତିବାକୁ ହେଲେ ବର୍ତମାନ ଟିକା ହିଁ ସବୁଠାରୁ ବଡ ଅସ୍ତ୍ର । ଏପରି ସମୟରେ ଟିକା ଅଭାବ କାରଣରୁ ଲୋକଙ୍କୁ ସବୁ ସ୍ଥାନରେ ମିଳୁନି ଟିକାର ଡୋଜ୍ । ତେଣୁ ଟିକା ଟିଏ ପାଇବା ପାଇଁ ଅନେକ ଘରୋଇ ଡାକ୍ତରଖାନା ଗୁଡିକର ଚକ୍କର କାଟୁଛନ୍ତି । ହେଲେ ବର୍ତମାନ ଏହି କରୋନା ଟିକାକୁ ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଏକ ଜରୁରୀ କଥା । ଯାହା ଟିକା ଡୋଜ୍ ପାଇବାକୁ ଚାହିଁ ରହିଥିବା ଲୋକଙ୍କ ପାଇଁ ବଡ ଆଶ୍ୱସ୍ତିକର କଥା ହେବ ନିଶ୍ଚୟ । ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟ ଗୁଡିକ ପାଇଁ ମାଗଣା ଟିକା ଯୋଗାଣ ନେଇ ଘୋଷଣା କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଘରୋଇ ଡାକ୍ତରଖାନା ଗୁଡିକ ଏକ ନିର୍ଦ୍ଦିଷ୍ଟ ମୂଲ୍ୟରେ କରୋନା ଟିକା ବିକ୍ରି କରିପାରିବେ । ଏହାର ସର୍ବାଧିକ ମୂଲ୍ୟ ରହିବ ୧୫୦ ଟଙ୍କା । କୌଣସି ବ୍ୟକ୍ତି ଘରୋଇ ଡାକ୍ତରଖାନାରେ କରୋନା ଟିକା ନେଲେ ଏଥିପାଇଁ ତାଙ୍କୁ ସର୍ବାଧିକ ୧୫୦ ଟଙ୍କା ଦେବାକୁ ପଡିବ ।

  • ଟିକା ବିତରଣ ନେଇ କେନ୍ଦ୍ର ସରକାରଙ୍କ ନୂଆ ମଡେଲ
  • ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଟିକା ଦେବ କେନ୍ଦ୍ର ସରକାର
  • ଟିକାକରଣର ନିର୍ଦ୍ଦିଷ୍ଟ ମୂଲ୍ୟ ପରେ ଗୋଟିଏ ଡୋଜର ଦାମ୍ ହେବ ୧୫୦ ଟଙ୍କା
  • ଟିକା ଉତ୍ପାଦନକାରୀଙ୍କ ଠାରୁ କେନ୍ଦ୍ର ୭୫ ପ୍ରତିଶତ ଟିକା କିଣିବ
  • ସମସ୍ତ ରାଜ୍ୟ ସରକାରଙ୍କୁ କେନ୍ଦ୍ର ମାଗଣାରେ ଦେବ ଟିକା
  • ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଟିକା ବ୍ୟବସ୍ଥା କାର୍ଯ୍ୟକାରୀ ହେବ

related posts

Leave a Comment