Home Breaking News / ତାଜା ଖବର ରାଇକିଆରୁ ୧୧ ଜଣ: କନ୍ଧମାଳରେ ୧୪୩ ଆକ୍ରାନ୍ତ

ରାଇକିଆରୁ ୧୧ ଜଣ: କନ୍ଧମାଳରେ ୧୪୩ ଆକ୍ରାନ୍ତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): କନ୍ଧମାଳ ଜିଲ୍ଲାରେ ରବିବାର ମାତ୍ର ୩ ଜଣଙ୍କୁ କୋରନା ମହାମାରୀ ସଂକ୍ରମଣ ହୋଇଥିବା ଖବର ଜିଲ୍ଲା ବାସିଙ୍କୁ ଆଶ୍ୱସ୍ତି ମିଳିଥିବା ବେଳେ ରାଇକିଆ ବ୍ଲକ୍ ରୁ କୈାଣସି ନୁଆ ପଜିଟିଜ୍ ଚିହ୍ନଟ ହୋଇନଥିବା ନେଇ ମଧ୍ୟ ଆଶ୍ୱସ୍ତି ହୋଇଥିଲେ ଲୋକେ। କିନ୍ତୁ ସମୋବାର ପୁଣି ଜିଲ୍ଲାରେ କୋରନା ମିଟର ବୃଦ୍ଧି ପାଇ ୧୪୩ ଜଣଙ୍କୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ରାଇକିଆ ବ୍ଲକ୍ ରେ ୧୧ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ରାଇକିଆ ପଞ୍ଚାୟତ, ମାଣିକେଶ୍ଵର ପଞ୍ଚାୟତ ଏବଂ ବେରେଡାକିଆ ପଞ୍ଚାୟତ,ମଣ୍ଡାକିଆ ପଞ୍ଚାୟତ ରୁ ଚିହ୍ନଟ ହୋଇଥିବା ଜଣାପଡିଛି। ଶନି-ରବି ସଟ୍ ଡାଉନ୍ ପରେ ସମୋବାର ରାଇକିଆ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବଜାର ଖୋଲା ରହିଥିଲା। ଆଜି ସମୋବାର ବଜାରରେ ଗହଳି ରହିଥିଲେ ମଧ୍ୟ ଲୋକେ କୋରନା ନେଇ ସଚେତନ ରହିଛନ୍ତି। କିଣାକିଣି କରିବା ବେଳେ ସାମାଜିକ ଦୂରତା ରଖି ମାସ୍କ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି।କାରଣ ପ୍ରଶାସନ ପକ୍ଷରୁ ଜୋରିମାନା ଆଦାୟ ଏବଂ ଦୋକାନ ସିଲ୍ ର ଭୟ ମଧ୍ୟ ରହିଛି ବ୍ୟବସାୟୀଙ୍କୁ ।ଜିଲ୍ଲାରେ ଆଜି ଆକ୍ରାନ୍ତ ୧୩୪ ଜଣଙ୍କୁ ମିଶାଇ ସମୁଦାୟ ୯୬୭୮ ସଂକ୍ରମଣ ହୋଇଥିବା ବେଳେ ୮୮୭୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୫୬ ଜଣ ସଂକ୍ରମିତ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି। ଏବଂ ଏହି ମହାମାରୀ ସମୟରେ ସମସ୍ତଙ୍କ ସହୋଯୋଗ କାମନା କରାଯାଇଛି। ବର୍ତ୍ତମାନ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ଡୋଜ୍ ଟିକାକରଣ ପ୍ରଦାନ କରାଯାଉଥିବା ଜଣାପଡିଛି।

related posts

Leave a Comment