Home Breaking News / ତାଜା ଖବର ସବୁ ରାଜ୍ୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଶ୍ୱସ୍ତି: ଏଣିକି ୧୮ରୁ ୪୪ ବର୍ଷର ସମସ୍ତଙ୍କୁ ଟିକା ଯୋଗାଇବ କେନ୍ଦ୍ର

ସବୁ ରାଜ୍ୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଶ୍ୱସ୍ତି: ଏଣିକି ୧୮ରୁ ୪୪ ବର୍ଷର ସମସ୍ତଙ୍କୁ ଟିକା ଯୋଗାଇବ କେନ୍ଦ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କରୋନା କାଳରେ ଦେଶବାସୀଙ୍କୁ ପୁଣି ଥରେ ସଂବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂବୋଧନରେ ମୁଖ୍ୟ ପ୍ରସଙ୍ଗ ରହିଥିଲା ଟିକାକରଣ । ବର୍ତମାନ ଟିକା ଅଭାବ ନେଇ ଅନେକ ରାଜ୍ୟ ଅଭିଯୋଗ ଉଠାଉଥିଲେ । ଏହାରି ଭିତରେ ରାଜ୍ୟ ଗୁଡିକର ଯୋଜନା ମୁତାବକ ଟିକା ବି ମିଳୁନଥିଲା । ଏହା ଭିତରେ ଓଡିଶା , ଦିଲ୍ଲୀ ସମେତ କିଛି ରାଜ୍ୟ ବାହାର ଦେଶରୁ ଟିକାକିଣିବାକୁ ଅଂଟା ଭିଡିଥିଲେ । ହେଲେ ଏତେ ସହଜରେ ମିଳିନଥିଲା ଟିକା । ଫଳରେ ନିରାଶ ହୋଇଥିଲେ ରାଜ୍ୟ ସରକାରମାନେ । ବାଧାପ୍ରାପ୍ତ ହୋଇଥିଲା ବିଭିନ୍ନ ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ । ସୋମବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସଂବୋଧନ କରି ସ୍ପଷ୍ଟ କରିଛନ୍ତି ବର୍ତମାନ ଟିକା ଯୋଗାଣ ଦାୟିତ୍ୱ କେନ୍ଦ୍ର ସରକାରଙ୍କର । କେନ୍ଦ୍ର ଏବେ ସମସ୍ତ ରାଜ୍ୟକୁ ଟିକା ଯୋଗାଇ ଦେବ । ରାଜ୍ୟଗୁଡିକର ଚାହିଦା ଉପରେ ଟୀକାକରଣ ନୀତି ବଦଳାଇଲେ କେନ୍ଦ୍ର ସରକାର। ଟିକା କ୍ରୟ ପ୍ରକ୍ରିୟା କେତେ କଷ୍ଟକର ତାହା ମଧ୍ୟ ରାଜ୍ୟମାନେ ଅନୁଭବ କରିବା ପରେ ସମସ୍ତ ରାଜ୍ୟକୁ ମାଗଣାରେ ଟିକା ଯୋଗାଇ ଦେବେ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।
ସେ କହିଛନ୍ତି କୌଣସି ନାଗରିକ ଯନ୍ତ୍ରଣା ଭୋଗିବା ଉଚିତ୍ ନୁହେଁ । ୨୧ ଜୁନ୍ ପରଠାରୁ, ସମସ୍ତ ୧୮ ପ୍ଲସ୍ ଲୋକଙ୍କୁ କେନ୍ଦ୍ରୀୟ ସରକାରୀ ମୂଲ୍ୟରେ ଟୀକାକରଣ କରାଯିବ।
ଏହା ସହିତ ସେ କହିଥିଲେ ଯେ ଦେଶରେ ଦ୍ୱିତୀୟ ଲହର ଆସିବା ପୂର୍ବରୁ ଅଧିକାଂଶ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟୀକାକରଣ କରାଯାଇଥିଲା। ଏକ ପରିସ୍ଥିତି କଳ୍ପନା କରନ୍ତୁ ଯଦି ଆମର ଫ୍ରଣ୍ଟଲାଇନ କର୍ମଚାରୀ, ଡାକ୍ତର ଏବଂ ହସ୍ପିଟାଲର ଅନ୍ୟ କର୍ମଚାରୀମାନେ ଜୀବାଣୁ ପ୍ରତି ଟୀକାକରଣ ନକରନ୍ତି ତେବେ କ’ଣ ହୋଇଥାନ୍ତା ବୋଲି ସେ ପ୍ରଶ୍ନ କରିଥିଲେ ।
ଏବେ ସାତୋଟି କମ୍ପାନୀ ଟିକା ବିକାଶ ପାଇଁ କାର‌୍ୟ୍ୟ କରୁଛନ୍ତି। ତିନୋଟି ପରୀକ୍ଷା ଚାଲିଛି। ଆମର ପରିଶ୍ରମୀ ବୈ ଜ୍ଞାନିକମାନେ ନାସାଲ୍ ଟିକା ଉପରେ ଗବେଷଣା କରୁଛନ୍ତି । ପିଲାମାନଙ୍କ ଉପରେ ଆମର ଟୀକାକରଣର ନିରାପତ୍ତା ନିର୍ଣ୍ଣୟ କରିବା ପାଇଁ ପରୀକ୍ଷା ମଧ୍ୟ ଆରମ୍ଭ ହୋଇଛି ଏବଂ ଏହା ଦେଶର ଭୂତାଣୁ ବିରୋଧରେ ଯୁଦ୍ଧକୁ ବହୁତ ସାହାଯ୍ୟ କରିବ ପ୍ରଧାନମନ୍ତ୍ରୀ କହିଥିଲେ। ଆଜି ବିଦେଶରୁ ଅଧିକ ଟିକା ଆଣିବା ପାଇଁ କାର‌୍ୟ୍ୟ କରିବା ସହିତ ଭାରତରେ ଏପର‌୍ୟ୍ୟନ୍ତ ୨୩ କୋଟିରୁ ଅଧିକ ଟିକା ଡୋଜ ଦିଆସରିଛି।

related posts

Leave a Comment