Home Breaking News / ତାଜା ଖବର କାଠ ସହ ଟ୍ରାକ୍ଟର ଜବତ

କାଠ ସହ ଟ୍ରାକ୍ଟର ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁର(ବିନୋଦ ନନ୍ଦ): କଟକ ଜିଲ୍ଲା ନରସିଂହପୁର ପୂର୍ବାଞ୍ଚଳ ବନବିଭାଗ ପକ୍ଷରୁ ଗୋଟିଏ ଟ୍ରାକ୍ଟର ସହ ପଣସ କାଠ ଜବତ।ଯାହାର ଆନୁମାନିକ ମୂଲ୍ୟ 50 ହଜାର ଟଙ୍କା ହେବ ବୋଲି ଅନୁମାନ କରି କହୁଛି ବନବିଭାଗ।ଏହି ଘଟଣା ରେ ବନବିଭାଗ କାହାକୁ ଗିରଫ କରି ପାରିନଥିବା ବେଳେ କାଠ ବୋଝେଇ ଟ୍ରାକ୍ଟର ସହିତ ଗୋଟିଏ ମୋଟର ସାଇକେଲ କୁ ଜବତ କରି ପୂର୍ବାଞ୍ଚଳ ବନ କାର୍ଯ୍ୟାଳୟ କୁ ଅଣାଯାଇଛି।ସୂଚନା ଅନୁଯାଇ ନରସିଂହପୁର ପୂର୍ବାଞ୍ଚଳ ବନବିଭାଗ ଅନ୍ତର୍ଗତ ଓଲବ ସଂରକ୍ଷିତ ଜଙ୍ଗଲର ଗୁପ୍ତମାଣିକ ଠାରେ କାଠ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ପୂର୍ବାଞ୍ଚଳ ରେଞ୍ଜର ବିଭୁ ରଞ୍ଜନ ରାୟ ସଂରକ୍ଷିତ ଜଙ୍ଗଲରେ ଲୁଚି ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ ଗୋଟିଏ ପଣସ କାଠ ବୋଝେଇ ଟ୍ରାକ୍ଟର ଓ ଗୋଟିଏ ମୋଟର ସାଇକେଲ ଦେଖିବାକୁ ପାଇଥିଲେ।ସେହି ଟ୍ରାକ୍ଟର ବୋଝେଇ ପଣସ କାଠ କିଏ କେଉଁଠାକୁ ନେଉଥିଲା ଏବଂ ମୋଟର ସାଇକେଲ ର ମାଲିକ କିଏ ତାହା ତଦନ୍ତ ହେବା ପରେ ଅଧିକ ତଥ୍ୟ ମିଳିବ ବୋଲି ନରସିଂହପୁର ପୂର୍ବ ରେଞ୍ଜ ଅଫିସର କହିଥିବା ବେଳେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଥିଲେ।

related posts

Leave a Comment