Home Breaking News / ତାଜା ଖବର ସଟଡାଉନକୁ ଫୁ: ଦିନରେ ଟାଇଟ ରାତିରେ ମେଲା

ସଟଡାଉନକୁ ଫୁ: ଦିନରେ ଟାଇଟ ରାତିରେ ମେଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କରୋ ନା ର ଦ୍ୱିତୀୟ ଲହର କୁ ମାତ ଦେବା ଲାଗି ସରକାର ଏବେ ଗତ ମେ ପାଞ୍ଚ ତାରିଖରୁ ଲକ ଡାଉନ ଘୋଷଣା କରିବା ସହ ସପ୍ତାହାନ୍ତ
ସ ଟ ଡାଉନ ଘୋଷଣା କରିଛନ୍ତି l
ଏହି ସମୟରେ ମେଡିସିନ ଦୋକାନ କୁ ଛାଡିଦେଲେ ବାକି ସମସ୍ତ ଦୋକାନ ବଜ଼ାରବନ୍ଦ ରହିବ l ଘରୁ ପଦାକୁ ନ ବାହା ରିବା ଲାଗି ସରକାରଙ୍କ କଡା ନିର୍ଦେଶ ରହିଛି l
ତେବେ ଏ ସବୁ ନିର୍ଦେଶ କୁ ସିଧା ସଳଖ ଫୁ କରି ଅମାନିଆ ଲୋକ ଦଳଦଳ ବୁଲିବା ସହ ଗାଡିମଟର ଧରି ଖୁଲମ ଖୁଲା ବୁଲୁ ଛନ୍ତି l
ନା ମୁହଁରେ ମାସ୍କ ନା ସାମାଜିକ ଦୂରତା କିଛି ବି ମାନୁନାହାନ୍ତି ଏମାନେ l ହେଲେ ପୋଲିସ ଦିନରେ ଟାଇଟ କରୁଥିବା ବେଳେ ରାତିରେ ମେଲା ଛାଡ଼ିଦେବା ଫଳରେ ଲୋକେ ସନ୍ଧ୍ୟା ରୁ ରାତି ଏଗାର ଯାଏ ବେଶ ଆରାମ ରେ ବୁଲୁଥିବା ଦେଖାଯାଉଛି l
ଏଭଳି ଅବସ୍ଥା ଦେଖିବାକୁ ମିଳିଛିପୋଲିସ ଓ ଜ଼ିଲା ପ୍ରଶାସନ ର ମୁଖିଆମାନେ ରହୁଥିବା ଖୋଦ ଫୁଲବାଣୀ ଟାଉନ ରେ l
ଫୁଲବାଣୀ ର ଏଡି ଏମ ରାସ୍ତା, ନଦିଖଣ୍ଡି,ସାହି, ଓଳଡ଼ ଏଲ ଆଇ ସି କଲୋନୀ, ପିଅନ ପଡl,କେନ୍ଦୁପଦ ରଆଦି ରାସ୍ତା ରେ l
ଏହି ରାସ୍ତା ରେ ପୋଲିସ ବାବୁମାନଙ୍କ ଦେଖା ଦର୍ଶନ ମିଳୁ ନଥିବା ରୁ ଅମାନିଆ ବିନ୍ଦାସ ବୁଲୁଛନ୍ତି l ଅଭିଯୋଗ କଲେ ବି ପୋଲିସ ଶୁଣୁନି l
ଫଳରେ ଲୋକ ଙ୍କ ମନ ରେ ପୋଲିସ କାର୍ଯ୍ୟ ପ୍ରତି ସନ୍ଦେହ ସୃଷ୍ଟି ହେଉଛି l
ଏଭଳି ହେଲେ କୋରାନା ସଂକ୍ରମଣ ଜ଼ିଲ୍ଲାରୁ କେମିତି କମିବ ତାକୁନେଇ ଉଠିଛି ପ୍ରଶ୍ନ l
ସଦର ମହକୁମା ଫୁଲବାଣୀ ସହରରେ ଯଦି ଏଭଳି ଅବସ୍ଥା ତେବେ ଗ୍ରାମାଞ୍ଚଳ ରେ କି ଅବସ୍ଥା ଥିବ ଏଥିରୁ ଅନୁମାନ କରିହେବ l
ରାଜ୍ୟ ପୋଲିସ ଡିଜି ଏଥି ପ୍ରତି ଦ୍ରୁଷ୍ଟି ଦେବାଲାଗି ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି l

related posts

Leave a Comment