Home Breaking News / ତାଜା ଖବର ସରକାରୀ ସହାୟତା ଅପେକ୍ଷାରେ ପଲିଥିନ ତଳେ ଅଗ୍ନି ବିପନ୍ନ

ସରକାରୀ ସହାୟତା ଅପେକ୍ଷାରେ ପଲିଥିନ ତଳେ ଅଗ୍ନି ବିପନ୍ନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ସରକାରି ସହାୟତା କିଛି ମିଳିନି । ଘରପୋଡିଯିବା ପରେ ଏବେ ବେସାହାରା ହୋଇ ଗଛ ମୁଳେ ପଲିଥିନ ତଳେ ଦୁଇଟି ଅଗ୍ନି ବିପନ୍ନ ପରିବାର ରହୁଛନ୍ତି । ଆଗକୁ ଦିନ କେଇଟା ପରେ ବର୍ଷାଦିନ । ଏଭଳି ପରିସ୍ଥିତିରେ ଭାଗ୍ୟକୁ ଆଦରୀପଡି ରହିଛନ୍ତି ବାଲିଗୁଡା ବ୍ଳକ କୁଟିକିଆ ପଞ୍ଚାୟତର ସିଟୁ ବାଡି ଗ୍ରାମର ଦିଗି ମଲିକ ଓ ବିନୋଦ ମଲିକଙ୍କ ପରିବାର।

ନିଆଁର ଆଁରେ ଯାହା ଥିଲା ସବୁକିଛି ପୋଡିଯାଇଛି । ଖାଇବାକୁ ମଧ୍ୟ କିଛି ନାହିଁ। ଗ୍ରାମବାସୀ ଖାଇବାକୁ ଗଣ୍ଡା ଏ ଦେବାରୁ ଖାଉଛନ୍ତି । ସୂଚନାଯୋଗ୍ୟଯେ, ଶୁକ୍ରବାର ଶୋଇଥିବାବେଳେ ଅଗ୍ନିକାଣ୍ଡ ଘଟି ଦୁଇ ଭାଇଙ୍କ ଘର ଦେଖୁ ଦେଖୁଆଖି ସାମନାରେ ହୃତ ହୁତ ହୋଇ ଜଳି ଗଲା । ଘରେ ଥିବା ଧାନ ଚାଉଳ ଟଙ୍କା ପଇସା ଆସବାବପତ୍ର ଯାହାଥିଲା ସବୁ ପୋଡିଗଲା। ପ୍ରଶାସନ ପକ୍ଷରୁ ତୁରନ୍ତ ଆର୍ଥୀକ ସହାୟତା ସାଙ୍ଗଙ୍କୁ ବାସଗୃହ ମଧ୍ୟ ଯୋଗାଇ ଦେବ। କୁ ଗ୍ରାମବାସୀ ଦୀବୀ କରିଛନ୍ତି ।

related posts

Leave a Comment