Home Breaking News / ତାଜା ଖବର ବିଚ୍ ରାସ୍ତାରେ ବାଡେଇ ବାଡେଇ ମାରିଦେଲେ

ବିଚ୍ ରାସ୍ତାରେ ବାଡେଇ ବାଡେଇ ମାରିଦେଲେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୂରଭଞ୍ଜ(ଅବିନାଶ ମହାନ୍ତି): ଶ୍ବଶୁର ଘରକୁ ଆସିବା ହେଲା କାଳ ବାଟରେ ଚାଲିଗଲା ଜୀବନ। ତେବେ ଚଲାଇ ଆସୁଥିବା କାର ସାଇଡ ମାରିବା ସମୟରେ ଗାଡିର ଇଣ୍ଡିକେଟର ଦେଇ ନ ଥିବାରୁ ଅତି ନିର୍ଦ୍ଦୟ ଭାବେ ବିଚ୍ ରାସ୍ତାରେ ବାଡେଇ ବାଡେଇ ମାରିଦେଲେ। ଆଉ ହତ୍ୟାକାଣ୍ଡରେ ମୃତ୍ୟୁବରଣ କରିଛନ୍ତି ବିଜେପିର ଯୁବ ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଂଚଳରେ ।

ଗତକାଲି ବିଳମ୍ବିତ ରାତିରେ ବିଜେପିର ଯୁବମୋର୍ଚ୍ଚା ବାଲେଶ୍ୱର ଜିଲ୍ଲା ପ୍ରଭାରୀ ରଞ୍ଜିତ ପ୍ରଧାନ ନିଜ ଶ୍ୱଶୁର ଘର କପ୍ତିପଦା ଥାନା ନୂଆସାହି ଅଂଚଳକୁ ଆସିଥିଲେ । ନିଜ ଶ୍ୱଶୁର ଘର ସମ୍ମୁଖରେ ରାସ୍ତାର ଗୋଟିଏ ପାଶ୍ୱର୍ରୁ ଅନ୍ୟପାଶ୍ୱର୍କୁ କାର ନେଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଚାରି ଜଣ ଯୁବକ ଦୁଇଟି ବାଇକରେ ଆସି ହଠାତ୍ କାରକୁ ଅଟକାଇବା ସହିତ ଗାଡିରେ ଇଣ୍ଡିକେଟର ନ ମାରି କାଟିଥିବାରୁ କାର ଭିତରୁ ରଞ୍ଜିତଙ୍କୁ ଘୋଷାରି ଆଣି ଅତି ନିର୍ଦ୍ଦୟ ଏବଂ ନୃଶଂସ ଭାବେ ନିର୍ଘାତ୍ ବାଡେଇବାକୁ ଲାଗିଲେ । ବାଡେଇ ବାଡେଇ ରଞ୍ଜିତଙ୍କୁ ଗୁରୁତର କରିଥିବା ବେଳେ ଘଟଣାସ୍ଥଳରେ ରଞ୍ଜିତ ଚେତାଶୂନ୍ୟ ହୋଇ ପଡିଯାଇଥିଲେ । ଏହା ପରେ ଚାରିଜଣ ଯୁବକ ଘଟଣାସ୍ଥଳରୁ ଖସି ପଳାଇବା ପରେ ପାଟିତୁଣ୍ଡ ଶୁଣି ରଞ୍ଜିତଙ୍କ ଶ୍ୱଶୁର ଘର ଲୋକେ ପଦାକୁ ଆସି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରିଥିଲେ । ହେଲେ ସ୍ୱାସ୍ଥ୍ୟ ପରୀକ୍ଷା କରି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମାତ୍ର ଗାଡି ସାଇଡ ମରାକୁ କେନ୍ଦ୍ର କରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା ବେଳେ ଏହି ଘଟଣାରେ ରାତି ମଧ୍ୟରେ କପ୍ତିପଦା ପୋଲିସ୍ ତିନିଜଣ ଯୁବକଙ୍କୁ ଉଠାଇ ଥାନାରେ ଅଟକ ରଖିଛି । ଏହା ସହିତ ଅନ୍ୟ ଜଣଙ୍କୁ ଗିରଫ କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଅନ୍ୟପଟେ ସାମାନ୍ୟ ଇଣ୍ଡିକେଟରକୁନେଇ ଏଭଳି ଜଘନ୍ଯ ହତ୍ୟାକାଣ୍ଡ ବିଶ୍ବାସ ଯୋଗ୍ୟ ହେଉନଥିବା ବେଳେ ଘଟଣା ପଛରେ ରାଜନୈତିକ ଷଡ଼ଯନ୍ତ୍ର ମଧ୍ୟ ଏକ କାରଣ ହୋଇଥାଇପାରେ ବୋଲି ମଧ୍ୟ ସନ୍ଦେହ ସୃଷ୍ଟି କରୁଥିବା ଚର୍ଚ୍ଚା ହେଉଛି। ସେହିପରି ସଂପୃକ୍ତ ହତ୍ୟାକାରୀମାନେ ଯୋଉଭଳି ସଂଘବଦ୍ଧ ହୋଇ ନୃଶଂସ ଭାବେ ମାଡ଼ ମାରି ବିଚ ରାସ୍ତାରେ ହତ୍ୟା କଲେ ତାହା ସାଧାରଣ ଲୋକଙ୍କ ପକ୍ଷେ ସମ୍ଭବ ନୁହେଁ। ତେବେ ପୋଲିସ ତଦନ୍ତ ପରେ ହିଁ ପ୍ରକୃତ ରହସ୍ୟ ଜଣାପଡିବ।

related posts

Leave a Comment