Home Breaking News / ତାଜା ଖବର ସ୍ୱାଧୀନତାର 73 ବର୍ଷ ପରେ ମଧ୍ୟ ମୌଳିକ ଅଧିକାରରୁ ବଞ୍ଚିତ ମଳିଗୁଡା ଗ୍ରାମବାସୀ

ସ୍ୱାଧୀନତାର 73 ବର୍ଷ ପରେ ମଧ୍ୟ ମୌଳିକ ଅଧିକାରରୁ ବଞ୍ଚିତ ମଳିଗୁଡା ଗ୍ରାମବାସୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜୟପୁର(ଏ ଦୂର୍ଗା ପ୍ରସାଦ): ରାଞ୍ଚି ବିଜୟୱାଡା ମୁଖ୍ୟ ରାସ୍ତାରୁ 2 କିଲୋମିଟର ଦୂରରେ ଜୟପୁର ବ୍ଲକ ଟାଙ୍କୁଆ ପଞ୍ଚାୟରେ ଥିବା ମାହାଳାପୁଟ ମାଳିଗୁଡା ଗ୍ରାମବାସୀଙ୍କ ଦୁଃଖ କହିଲେ ନ ସରେ। ତାଙ୍କ ଦୁଃଖ କୌଣସି ଅଫିସର କିମ୍ବା କୌଣସି ନେତା ଶୁଣିବାକୁ ନାରାଜ। କେବଳ ନିର୍ବାଚନ ସମୟରେ ଆସି ମିଥ୍ୟା ଆଶ୍ୱାସନା ଦେଇ ନିର୍ବାଚନ ସରିବା ପରେ ଭୁଲିଯିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସ୍ୱାଧୀନତାର 73 ବର୍ଷପରେ ମଧ୍ୟ ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଦୀର୍ଘ 11 ବର୍ଷପୁର୍ବେ ଗ୍ରାମକୁ 3 ଲକ୍ଷ ଟଙ୍କା ବ୍ୟୟରେ ମେଟେଲ ରାସ୍ତା ତିଆରି ହୋଇଥିଲା। ଯାହା ବର୍ତ୍ତମାନ ଖରାପ ହୋଇଗଲାଣି। ଏହି ମେଟେଲ ରାସ୍ତାକୁ ଜଡିତ ଥିବା ରାସ୍ତା ଯାହା ମୁଖ୍ୟରସ୍ତକୁ ଜଡିତ ଅଛି ତାହା ବିଷୟ କହିଲେ ନ ଚଳେ। ଫଳରେ କୌଣସି ଅଟୋ ରିକ୍ସା ମଧ୍ୟ ସେହି ଗାଁକୁ ଆସିବାକୁ ନାରାଜ ହୋଉଛନ୍ତି। କୌଣସି ଲୋକଙ୍କୁ ଦେହ ଖରାପ ହେଲେ ଡାକ୍ତର ଖାନାକୁ ମୋଟର ସାଇକେଲର ସାହାରା ନେବାକୁ ବାଧ୍ୟ ହେଉଛନ୍ତି।
ଗ୍ରାମରେ ରହୁଥିବା ଅନେକ ବୃଦ୍ଧଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଏବଂ ବିଧବାଙ୍କୁ ଭତ୍ତା ମିଳୁ ନ ଥିବା ଅଭିଯୋଗ କରିଛନ୍ତି। ସେମାନେ ପଞ୍ଚାୟତ ଅଫିସ ଧାଇଁ ଧାଇଁ ଥକିଯାଇଥିଲେ ମଧ୍ୟ ତାଙ୍କ କଥାକୁ କୌଣସି ଅଫିସର ଗୁରୁତ୍ୱ ନ ଦେବା କହିଛନ୍ତି ଗ୍ରାମବାସୀ। ଗ୍ରାମରେ 25 ଟି ପରିବାର ବସବାସ କରୁଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଗ୍ରାମରେ କେବଳ ତିନୋଟି ଆବାସ ଯୋଜନାରେ ଘର ମିଳିଛି। ଅନ୍ୟମାନେ ବହୁ ବର୍ଷ ଧରି ଘରପାଇଁ ଆବେଦନ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଗ୍ରାମରେ ଗୋଟିଏ ହେଲେ ରନ୍ଧାଘର କିମ୍ବା ଅଙ୍ଗନବାଡ଼ି କେନ୍ଦ୍ର ନ ଥିବା କହିଛନ୍ତି। ଏହିପରି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠୁଛି ସରକାର ମାଳ ମାଳ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ ବରାଦ କଲେ ମଧ୍ୟ ଲୋକଙ୍କ ଦୁଃଖ ଦୂର ହୋଇପାରୁନାହିଁ କିମ୍ବା ଗ୍ରାମର କୌଣସି ବିକାଶ ହୋଇପାରୁନାହିଁ। ଏହାର ମୁଖ୍ୟ କାରକ କିଏ ??? ଏହାର ସମାଧାନ ପାଇଁ ସରକାରଙ୍କୁ ଉଚିତ ପଦକ୍ଷେପ ନେବାକୁ ପଡିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

related posts

Leave a Comment