Home Breaking News / ତାଜା ଖବର କରୋନା ଛଡ଼ାଇ ନେଇଛି ଜୀବନ ଜୀବିକା

କରୋନା ଛଡ଼ାଇ ନେଇଛି ଜୀବନ ଜୀବିକା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ: ସାରା ଦେଶରେ କୋରନା ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ୍ ଡାଉନ୍ କରାଯାଉଥିବା ବେଳେ ଶନି-ରବି ସଟ୍ ଡାଉନ୍ ବଳବତ୍ତର ରହିଛି। ଏହି ଦୁଇ ଦିନ ସମ୍ପୂର୍ଣ୍ଣ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ମେଡିକାଲ୍ ଓ ଔଷଧ ଦୋକାନ ଖୋଲାଯାଉଛି।ଏହି ସମୟରେ ସାଧାରଣ ପରିବା ବେପାରୀଙ୍କ ଜୀବନ ଜୀବିକା ଉପରେ ବହୁ ପ୍ରଭାବ ପଡୁଛି। ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ସକାଳ ୭ ଟା ରୁ ୧୧ ଟା ସିମିତ ମଧ୍ୟରେ ବଜାରରେ ବ୍ୟବସାୟ କରି ଘରକୁ ଫେରି ଯିବାପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ସମୟ ମଧ୍ୟରେ ଯାହା ବେପାର ବଟା ହେଲା ଏବଂ ବଳକା ଜିନିଷ ଧରି ଘରକୁ ଫେରନ୍ତି ବେପାରୀ। ମଧ୍ୟରୁ କିଛି ଭଲ ରହିଯାଉଛି ଏବଂ କିଛି ନଷ୍ଟ ମଧ୍ୟ ହୋଇଯାଉଛି ପନି ପରିବା। ରାଇକିଆ ଅଞ୍ଚଳରେ ଶନି-ରବି ସଟ୍ ଡାଉନ୍ ରେ ସକାଳୁ ସକାଳୁ ସ୍ଥାନୀୟ ଅଧିବାସୀ ମହିଳା ଏବଂ ଛୋଟ ଝିଅ କିଛି ପନିପରିବା ଓ ଆମ୍ବ ଧରି ଘରକୁ ଘର ବୁଲିଥାନ୍ତି ବିକ୍ରି କରିବାପାଇଁ। ଏହି ସମୟରେ ସେମାନଙ୍କ ମୁହଁରେ ଭୟ ସମ୍ପୂର୍ଣ୍ଣ ବାରି ହେଉଥାଏ କିନ୍ତୁ ଜୀବିକା ପାଇଁ ଏହା କରିବାକୁ ପଡୁଛି। ଏହି କରୋନା ମହାମାରୀ କାଳରେ ବହୁ କ୍ଷୁଦ୍ର ପରିବା ବ୍ୟବସାୟୀ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି ତା ଛଡା ଫୁଟ୍ପାତ୍ ରେ ବ୍ୟବସାୟୀ କରୁଥିବା ଲୋକେ ମଧ୍ୟ ଏଥିରେ ବହୁ ପ୍ରଭାବିତ ହେଉଛନ୍ତି।
ବର୍ତ୍ତମାନ କନ୍ଧମାଳ ଜିଲ୍ଲାରେ ଆଜି ରବିବାର ୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ରାଇକିଆ ବ୍ଲକ୍ ରୁ ଆଜି କୈାଣସି ପଜିଟିଭ୍ ଚିହ୍ନଟ ହୋଇନଥିବା ଜଣା ପଡ଼ିଛି। ଜିଲ୍ଲାରେ ସମୁଦାୟ ସଂକ୍ରମଣ ୯୫୩୫ ଜଣ, ସୁସ୍ଥ ହୋଇଛନ୍ତି ୮୭୯୬ ଜଣ ଏବଂ ୬୯୬ ଜଣ ଚିକିତ୍ସିତ ହେଉଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

related posts

Leave a Comment