Home Breaking News ଅଭିନବ ଉପାୟରେ ଗଞ୍ଜେଇ ଜବତ: ଦୁଇ ଗିରଫ

ଅଭିନବ ଉପାୟରେ ଗଞ୍ଜେଇ ଜବତ: ଦୁଇ ଗିରଫ

by Times One Odia
Share with
     
 
 
   

କୋରାପୁଟ(ଦୀପକ କୁମାର ମାଝୀ): କୌଣସି ଏକ ବିଶେଷ ସୁତରୁ ଖବର ପାଇ କୋରାପୁଟ sp ଙ୍କ ନିର୍ଦେଶ କ୍ରମେ ନନ୍ଦପୁର sdpo ସଞ୍ଜୟ ମହାପାତ୍ର ଙ୍କ ନେତୃତ୍ୱରେ ଲମତାପୁଟ ପୁଲିସ କଞ୍ଚନା ଛକ ନିକଟରେ ଯାନବାହନ ଯାଞ୍ଚ କରୁଥିଲେ।ଏଇ ସମୟରେ ଏକ କେଣ୍ଟେନର ର ଏକ ସ୍ୱତନ୍ତ୍ର ଚାମ୍ବର ରୁ 32 ଟି ବ୍ୟାଗ ରୁ 830 କେଜି ଗଞ୍ଜେଇ ଜବତ କରିଛି ପୋଲିସ।କେଣ୍ଟେନର ସହ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଉତ୍ତରପ୍ରଦେଶରେ ଦୁଇ ଜଣକୁ ଗିରଫ କରିଛି ପୋଲିସ।ସେମାନଙ୍କ ଠାରୁ ଦୁଇଟି ମୋବାଇଲ… ସହ ନଗଦ 3500 ଟଙ୍କା ଜବତ କରିଛି ଲମତାପୁଟ ପୋଲିସ।ଜବତ ଗଞ୍ଜେଇ ମାଛକୁଣ୍ଡ ଅଂଚଳରୁ ଉତ୍ତରପ୍ରଦେଶ କୁ ଚୋରାଚାଲାଣ ହେଉଥିଲା ବୋଲି sdpo ସଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।ଜବତ ଗଞ୍ଜେଇ ର ବଜାର ର ଆନୁମାନିକ ମୂଲ୍ୟ 80 ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି sdpo କହିଛନ୍ତି।ଦୁଇ ଗଞ୍ଜେଇ ମାଫିଆଙ୍କୁ ଆଜି କୌର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି…

related posts

Leave a Comment