କୋରକୁଣ୍ଡା(ସୁମିତ କର): ମାଲକାନଗିରି ଜିଲ୍ଲା ପଦ୍ମଗିରି ପଂଚାୟତ ଅନ୍ତର୍ଗତ ଏମଭି ୮୪ ଗ୍ରାମର ରମେଶ ଢ଼ାଲିଙ୍କ ସ୍ତ୍ରୀ ସଞ୍ଜୟ ଢ଼ାଲିଙ୍କମାଆ ସ୍ବର୍ଗତ ପାରୁଲ ଢ଼ାଲିଙ୍କ ଗତ ୨୫ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୃଦଘାତ ରେ ଦେହାନ୍ତ ହୋଯାଇଥିଲା। ମାଆଙ୍କ ଦେହାନ୍ତ ପରେ କୋଭିଡ-19 ନିୟମାବଳିକୁ ମାନି ଦଶା ଓ ଶୁଦ୍ଧି କାର୍ଯ୍ୟ ସାରି ଗାଁରେ ଭୋଜି ଭାତ ନକରି ଆଜି ମାଲକାନଗିରି ଠାରେ ଥିବା ପରିବର୍ତ୍ତନ ଶିଶୁଗୃହ ଠାରେ ଥିବା ଅନାଥ ଶିଶୁ ଓ ବୃଦ୍ଧାଶ୍ରମ ଠାରେ ଥିବା ବୁଢ଼ାବୁଢ଼ୀ ମାନଙ୍କୁ କିଛି ଖାଦ୍ୟ,ବସ୍ତ୍ର ଓ ଅର୍ଥ ମଧ୍ୟ ଦାନ କରିଥିଲେ। ବର୍ତ୍ତମାନ କରୋନା ପରିସ୍ଥିତିରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଜିଭାତ ଓ ଗହଳି କରିବାକୁ ବାରଣ କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନିୟମାବଳୀକୁ ଦୃଷ୍ଟିରେ ରଖି ତିନି ପୁଅ ମିଶି ଏପରି ଏକ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନେଇଥିଲେ। ଉତ୍କଳ ସାମ୍ବାଦିକ ସଙ୍ଘର ସଦଷ୍ୟ ମାନଙ୍କ ସହଯୋଗ ଓ ଉପସ୍ଥିତିରେ ସଞ୍ଜୟ ଢ଼ାଲି ଏପରି ଏକ ମହାନ କାର୍ଯ୍ୟ କରିଥିବାରୁ ସମସ୍ତଙ୍କ ପାଖରେ ପ୍ରଶଂସାର ପାତ୍ର ହୋଇଛନ୍ତି।
ମାଆର ଶୁଦ୍ଧି କାର୍ଯ୍ୟ ପରେ ଗରିବଙ୍କୁ ଖାଦ୍ୟ,ବସ୍ତ୍ର ଓ ଅର୍ଥ ଦାନ କଲେ ପୁଅ
Share with
previous post