Home Breaking News ଦିଲ୍ଲୀପ କୁମାର ଅସୁସ୍ଥ, ମୁମ୍ୱାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି

ଦିଲ୍ଲୀପ କୁମାର ଅସୁସ୍ଥ, ମୁମ୍ୱାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି

by Times One Odia
Share with
     
 
 
   

ବଲିଉଡର ପ୍ରଖ୍ୟାତ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ । ବର୍ତମାନ ତାଙ୍କୁ ମୁମ୍ୱାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତି କରାଯାଇଛି । ସୂଚନା ଅନୁସାରେ ଗତକାଲି ଠାରୁ ଦିଲ୍ଲୀପ କୁମାର ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିଲେ । ଏହା ପରେ ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଡାକ୍ତରଖାନାରେ ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ତୀକ୍ଷଣ ନଜର ରଖାଯାଇଥିବା କୁହାଯାଇଛି ।
ଆଗରୁ ମଧ୍ୟ ଦିଲ୍ଲୀପକୁମାର ହିନ୍ଦୁଜା ହସ୍ପିଟାଲରେ ଭର୍ତି ହୋଇଥିଲେ । ସେତେବେଳେ ତାଙ୍କର ପତ୍ନୀ ସାୟାରା ବାନୋ କହିଥିଲେ କି ଏହା ରୁଟିନ୍ ଚେକଅପ୍ ଥିଲା । ଦିଲ୍ଲୀପ କୁମାରଙ୍କ ବୟସକୁ ଦେଖି ସମୟ ସମୟରେ ତାଙ୍କ ବିଗୁଡୁଥିବା ସ୍ୱାସ୍ଥ୍ୟବସ୍ଥା ପାଇଁ ରୁଟିନ ଚେକଅପ୍ ର ଆବଶ୍ୟକତା ପଡିଥାଏ । ଏହି ରୁଟିନ ଚେକଅପ୍ ରେ ତାଙ୍କର ରିପୋର୍ଟ ସବୁ ଠିକ୍ ଆସିବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ।

ଦିଲ୍ଲୀପ କୁମାରଙ୍କୁ ୯୮ ବର୍ଷ ବୟସ ହେଲାଣି । ସେଥିପାଇଁ କରୋନା କାରଣରୁ ସେ ବିଶେଷ ସର୍ତକତା ଅବଲମ୍ବନ କରୁଛନ୍ତି । ୨୦୨୦ର କରୋନା ଯୁଦ୍ଧରେ ସେ ନିଜର ଦୁଈଭାଇଙ୍କର ମୃତ୍ୟୁ ଦେଖିଥିଲେ । ସେଥିପାଇଁ ନିଜ ପତ୍ନୀଙ୍କ ସହ ସେ ମାର୍ଚ୍ଚ ୨୦୨୦ରୁ କ୍ୱାରେଣ୍ଟାଇନ ନିୟମ ଅବଲମ୍ବନ କରି ଘରେ ହିଁ ରହୁଛନ୍ତି । କରୋନା କାରଣରୁ ସେ ନିଜର ଜନ୍ମଦିନ ପାଳନ କରିବାକୁ ମଧ୍ୟ ମନାକରିଦେଇଥିଲେ । ଦିଲ୍ଲୀପ କୁମାରଙ୍କ ଜନ୍ମ ୧୧ ଡିସେମ୍ବର ୧୯୨୨ରେ ପାକିସ୍ତାନରେ ହୋଇଥିଲା । ତାଙ୍କର ପ୍ରକୃତ ନାମ ୟୁସୁଫ ଖାନ୍ ।

related posts

Leave a Comment