ରାଇକିଆ(ରଜତ କୁମାର ନାୟକ): ପରିବେଶକୁ ସୁସ୍ଥ,ସୁନ୍ଦର ବାତାବରଣ ଓ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ବୃକ୍ଷ ରୋପଣର ଆବଶ୍ୟକ ରହିଛି। ଏହି ଅବସରରେ କନ୍ଧମାଳ ଜିଲ୍ଲା ରାଇକିଆ ସ୍ଥାନୀୟ ବିଜୟ ଉଚ୍ଚ ବିଦ୍ୟାଳୟ ପରିସର ରେ ଆଜି ଶନିବାର ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି। ରାଇକିଆ ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବିଣ କୁମାର ବାଣୁଆ ଯୋଗ ବୃକ୍ଷ ରୋପଣ କରି ଶୁଭାରମ୍ଭ କରିଛନ୍ତି। ପ୍ରତିବର୍ଷ ଏହି ଜୁନ୍ ୫ ରେ ରାଇକିଆର ବିଭିନ୍ନ ସ୍ଥାନମାନଙ୍କରେ ଏହି ପରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ଏହି କରୋନା କଟକଣା ମଧ୍ୟରେ ଏହା ପାଳନ କରାଯାଇଛି। ବିଦ୍ୟାଳୟ ପରିସର ପଛ ପାର୍ଶ୍ଵରେ ବିଭିନ୍ନ କିସମର ଆମ୍ବ,କଦମ୍ବ,ଲିମ୍ବ,ନିମ୍ବ,ଅଁଳା,ବରଡା ଏହି ପରି ଅନେକ ବୃକ୍ଷ ରୋପଣ କରାଯାଇଛି।ସ୍ଥାନୀୟ ବିଦ୍ୟାଳୟ ସରକାର ଙ୍କ ୫ ଟି ଯୋଜନାରେ ସାମିଲ ହୋଇ ସ୍ମାର୍ଟ ଶ୍ରେଣୀ ଗୃହ ରେ ପିଲାଙ୍କ ପାଠ ପଡ଼ିବା ପାଇଁ ଆନୁସଙ୍ଗିକ ଉପକରଣ ବ୍ୟବସ୍ଥା କରାଯାଉ ଥିବା ବେଳେ ବିଦ୍ୟାଳୟର ରୁପାନ୍ତିକରଣ ଓ ସୋନ୍ଦର୍ୟ କରଣ ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଦାୟିତ୍ଵ ରେ ଥିବା ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ନୀଳମଣି ମଣ୍ଡଳ, ରାଇକିଆ ତହସିଲଦାର ଦାୟିତ୍ଵରେ ଥିବା ଅକ୍ଷୟ ପାଣି ଟୁଡୁ,ସରପଞ୍ଚ ପଞ୍ଚୁ ପ୍ରଧାନ,ସମିତି ସଭ୍ୟା ମିନି ନାୟକ, ସ୍କୁଲ୍ ଆଲୁମିନି ସଭାପତି ପ୍ରଦୀପ ପ୍ରଧାନ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅନିଲ ପଟ୍ଟନାୟକଙ୍କ ସହ ବ୍ଲକ୍ କର୍ମଚାରି, ଶିକ୍ଷାନୁଷ୍ଠାନ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ହଟିକଲଚ୍ କର୍ମଚାରିଙ୍କ ସହ ପୁରାତନ ଛାତ୍ର ଯୋଗଦେଇ ବୃକ୍ଷ ରୋପଣ କରାଯାଇଛି।
ରାଇକିଆରେ ବିଶ୍ବ ପରିବେଶ ଦିବସ ପାଳିତ
Share with
previous post