Home Breaking News / ତାଜା ଖବର ବିଶ୍ବ ପରିବେଶ ଦିବସ ଅବସରରେ ଅମ୍ବାଦଳା ଥାନା ପରିସରରେ ବୃକ୍ଷ ରୋପଣ

ବିଶ୍ବ ପରିବେଶ ଦିବସ ଅବସରରେ ଅମ୍ବାଦଳା ଥାନା ପରିସରରେ ବୃକ୍ଷ ରୋପଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁନିଗୁଡା(ରଞ୍ଜନ ସ୍ୱାଇଁ): ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ପରିସର ରେ ଶନିବାର ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅମ୍ବାଦଳା ଥାନା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଥାନା ଆଇ ଆଇ ସି ନିଳାମ୍ବର ଯାନୀ ବୃକ୍ଷ ରୋପଣ କରି ଶୁଭାରମ୍ଭ କରିଛନ୍ତି।

ପ୍ରତିବର୍ଷ ଏହି ଜୁନ୍ ୫ ରେ ବିଭିନ୍ନ ସ୍ଥାନମାନଙ୍କରେ ଏହି ପରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ଏହି କରୋନା କଟକଣା ମଧ୍ୟରେ ଏହା ପାଳନ କରାଯାଇଛି। ଥାନା ପରିସର ରେ ବିଭିନ୍ନ କିସମର କରଞ୍ଜ, ଲିମ୍ବ ଶିଶୁଆ ଆଦିଏହି ପରି ଅନେକ ବୃକ୍ଷ ରୋପଣ କରାଯାଇଛି। ଆଗକୁ ଆହୁରି ଅନେକ ଜାଗାରେ ବୃକ୍ଷ ରୋପଣ କରାଯିବ ବୋଲି ଥାନା ଅଧିକାରୀ ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଅମ୍ବାଦଳା ଥାନା ଆଇ ଆଇ ସି ଙ୍କ ସମେତ ଏସାଇ ବ୍ରଜେନ୍ଦ୍ର ସାହୁ, ସବ ଇନ୍ସପେକ୍ଟର ଭରତ ଚନ୍ଦ୍ର ମାଝୀ ,ଏସାଇ ତୁଳସିରାମ ଯାନୀ,ଏ ଏସାଇ ଅନୁବ କୁମାର ଶତପଥୀଙ୍କ ସହ ଥାନା ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ

related posts

Leave a Comment