Home Breaking News / ତାଜା ଖବର ମୁନିଗୁଡାରେ ବିଶ୍ୱ ପରିବେଷ ଦିବସ ପାଳିତ: ଥାନା ପରିସରରେ ବୃକ୍ଷ ରୋପଣ

ମୁନିଗୁଡାରେ ବିଶ୍ୱ ପରିବେଷ ଦିବସ ପାଳିତ: ଥାନା ପରିସରରେ ବୃକ୍ଷ ରୋପଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ବନ ବିଭାଗ ତରଫରୁ ବିଶ୍ୱ ପରିବେଷ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ମୁନିଗୁଡା ରେଞ୍ଜର ପ୍ରସନ୍ନ କୁମାର ମିଶ୍ରଙ୍କ ନିର୍ଦେଶ କ୍ରମେ ଫୋରେଷ୍ଟର ଦିନବନ୍ଧୁ ଶବରଙ୍କ ନେତୃତ୍ୱରେ ମୁନିଗୁଡା ପୋଲିସ ଥାନା ପରିସରରେ ବୃକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ,ସମ୍ମାନିତ ଅତିଥିଭାବେ ଆଇଆଇସି ସୁଜ୍ଞାନୀ ସାହୁ,ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା,ପରିବେଷ ବିତ ଗୌରାଙ୍ଗ ଚରଣ ରାଉତ,ଏସଆଇ ନରସିଂହ ବେହେରା,ସମାଜସେବୀ ଜାମି.ମହେଶ ପ୍ରମୁଖ ଯୋଗଦେଇ ପରିବେଶକୁ ଉପଯୋଗୀ ହେଉଥିବ ଆମ୍ବ,ବୋଉଳ,କରଞ୍ଜ,ଦେବଦାରୁ, ଅଶୋକ,ନିମ୍ବ,ଚମ୍ପା,ପାଟଳି,ଅଁଳା, ସିସୁ ବୃକ୍ଷ ସହ ଅନ୍ୟାନ୍ୟ ବୃକ୍ଷ ରୋପଣ କରିଥିଲେ l ପରେ ବର୍ତମାନ ସମୟରେ ଜୀବନକୁ ଯେପରୀ ଅମ୍ଳଜାନ ନିହାତୀ ଜରୁରୀ ହୋଇପଡିଛି ତେଣୁ ବୃକ୍ଷ ରୋପଣ କରିବା ଜରୁରୀ ଏବଂ ସମସ୍ତେ ନିଜ ନିଜ ଘରେ ବୃକ୍ଷ ରୋପଣ କରିବା ନିହାତୀ ଆବଶ୍ୟକ ବୋଲି ଅତିଥି ମାନେ ପ୍ରକାଶ କରିବା ସହ ବୃକ୍ଷ ରୋପଣ କରିବା ଯେତିକି ଜରୁରୀ ବୃକ୍ଷର ରକ୍ଷଣ ବେକ୍ଷଣ ମଧ୍ୟ ଜରୁରୀ ବୋଲି ମତ ପ୍ରକାଶ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବନ ବିଭାଗର ବିଘ୍ନରାଜ ମିଶ୍ର,ବନରଖି ଅହୋଲ୍ୟା ପାତ୍ର,ପୁଷ୍ପାଞ୍ଜଳି ନାୟକ,ଶକୁନ୍ତଳା ବେହେରା,ହରଦୀପ ଦାସ ପ୍ରମୁଖଙ୍କ ସମେତ ଅନ୍ୟ କର୍ମଚାରୀ ମାନଙ୍କ ସହ ଥାନାର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଛନ୍ତି ଲ

related posts

Leave a Comment