Home Breaking News / ତାଜା ଖବର ଶ୍ରୀ ଧ୍ୟାନ ହନୁମାନ ମନ୍ଦିର ପ୍ରତିଷ୍ଠା ଓ ଅଜ୍ଞାନୁଷ୍ଠାନ

ଶ୍ରୀ ଧ୍ୟାନ ହନୁମାନ ମନ୍ଦିର ପ୍ରତିଷ୍ଠା ଓ ଅଜ୍ଞାନୁଷ୍ଠାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲା ସଦର ବ୍ଲକ କତାପେଟା ପଞ୍ଚାୟତ ଅନ୍ତର୍ଗତ ସିଲିଟି ଗୁଡା ଗ୍ରାମରେ ଶ୍ରୀ ହରିହର ସପ୍ତରୁଷି ଧ୍ୟାନ ସାଧନ କେନ୍ଦ୍ର ହନୁମାନ ମନ୍ଦିର ପ୍ରତିଷ୍ଠା ହେଇଯାଇଛି। ଏହି ସାଧନ ପୀଠ ତିନୋଟି ପଂଚାୟତ ପେଣ୍ଟ, କୋତପେଟା ,କମତୁଳପେଟା ମାଟିକନା ଗ୍ରାମ ପଂଚାୟତର ଏହା ଏକ ପ୍ରମୁଖ ସାଧନ କେନ୍ଦ୍ର ଅଟେ। ପ୍ରାୟ ଷୋହଳ ଖଣ୍ଡ ଗ୍ରାମର ଭକ୍ତ ଓ ମାତୃ ମଣ୍ଡଳୀ ଏହି ସାଧନା ପୀଠ ଉପରେ ନିର୍ଭର କରିଥାନ୍ତି।ମନ୍ଦିର ନିର୍ମାଣ ପାଇଁ ସହଯୋଗ ଓ ଭୂମି ଦାତାଙ୍କ ସ୍ୱତନ୍ତ୍ର ଆଗ୍ରହରେ ମଙ୍ଗୁଲୁ ହିମିରିକାଙ୍କ ସୁ ଦାନରେ ବିଦ୍ୟାଳୟ ଓ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ୦୨ ରୁ ଆରମ୍ଭ ହୋଇ ୦୪ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଲା। କଳସ ଯାତ୍ରାରୁ ଆରମ୍ଭ ହୋଇ ସ୍ଥାନୀୟ ଅଞ୍ଚଳର ଅନେକ ଲୋକଙ୍କ ସଂସ୍କାରିତ କରାଗଲା। ଯୋଗୀଶ୍ରୀ ଚୈତନ୍ୟ ରାମ ତତ୍ୱବାଧାନ ରେ ସବୁ ପରିଚାଳନା କରିଥିଲେ। ବିଶ୍ବହିନ୍ଦୁ ପରିଷଦ ସଭାପତି ରାଜେନ୍ଦ୍ର ସାହୁ, ଓ ଏଙ୍କାନା ଭାଇଙ୍କ ଦମ୍ପତିଙ୍କ ପୌରହିତ ରେ ଯଜ୍ଞ କର୍ମ ପୂଜନ ହବନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଆଲୁ ଶଙ୍କର, ପତାଞ୍ଜଳି ସୁମନ୍ତ ପଣ୍ଡା0ପ୍ରଳୟ ସାହୁ, ନିଲଞ୍ଚଳ ପଣ୍ଡା, କୂର୍ମୟା ହିମିରିକା, ସିଂ ହିମିରିକା ଓ ଆଖ ପାଖ ଅଂଚଳର ଷୋହଳ ଖଣ୍ଡ ଗ୍ରାମର ମାତୃ ମଣ୍ଡଳୀ ସୁରୁଖୁରୁରେ ପରିଚାଳନା କରିଥିଲେ। ଯୋଗୀଶ୍ରୀ ଅଂଚଳରେ ବହୁ ପ୍ରକାର ସଂସ୍କାର କାର୍ଯ୍ୟ ଓ ଯଜ୍ଞାନୁଷ୍ଠାନ ପୂଜନ କାର୍ଯ୍ୟ ମାନ ସମ୍ପଦନ କରିବା ସହ କରନା ରୁ ମୁକ୍ତି ପାଇଁ ବହୁତ ଯଜ୍ଞାନୁଷ୍ଠାନ କରାଯାଇଛି ସେହିଭଳି କୋଟି ମହାମୃତ୍ୟୁଞ୍ଜୟ ମନ୍ତ୍ର ଓ ଧ୍ୟାନ ଜପ କାର୍ଯ୍ୟ ଚାଲିଛି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବାରେ ବେଶ ମୁଖରିତ ଅଛନ୍ତି।

related posts

Leave a Comment