Home Breaking News / ତାଜା ଖବର ପୌରପରିଷଦରେ ଗଛିତ ଚୁଡା ଓ ଗୁଡ଼ ଗମରା ହେବା ପୂର୍ବରୁ ଆଦିବାସୀ ବସ୍ତିରେ ବାଣ୍ଟିବାକୁ ଦାବୀ

ପୌରପରିଷଦରେ ଗଛିତ ଚୁଡା ଓ ଗୁଡ଼ ଗମରା ହେବା ପୂର୍ବରୁ ଆଦିବାସୀ ବସ୍ତିରେ ବାଣ୍ଟିବାକୁ ଦାବୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ନିଗମାନନ୍ଦ ଦାଶ): ଜଗତସିଂହପୁର ପୌର ପରିଷଦ ପାଠାଗାରରେ ଗଚ୍ଛିତ ତିରିଶ କୁଇଣ୍ଟାଲ ଚୁଡା ଓ ତିନି କୁଇଣ୍ଟାଲ ଗୁଡ଼ କୁ ଗମରା ହେବା ପୂର୍ବରୁ ପୋୖରାଞ୍ଚଳର ମାର୍କଣ୍ଡପୁର ସ୍ଥ ଆଦିବାସୀ ବସ୍ତିରେ ବାଣ୍ଟିବା ନେଇ ଦଳିତ ବିକାଶ ପରିଷଦ ପକ୍ଷରୁ ଜିଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଜିଲ୍ଲା ଦଳିତ ବିକାଶ ପରିଷଦର ସଭାପରି ଶଙ୍କର ଦାସ କହିଛନ୍ତି କି ବର୍ତ୍ତମାନ କୋଭିଡ ଯୋଗୁଁ ଦୈନିକ ମୁଲ ଟିଏ ବି ପାଉ ନାହାଁନ୍ତି ମାର୍କଣ୍ଡପୁର ଆଦିବାସୀ ବସ୍ତିର ଲୋକ ମାନେ ତେଣୁ ଉକ୍ତ ଚୁଡା ଓ ଗୁଡ଼ କୁ ସେମାନଙ୍କୁ ଦିଆଗଲେ ସେମାନେ ଉପକୃତ ହେବେ।ଏହି ଚୁଡା ଓ ଗୁଡ଼ ଗତ ୟାସ ବାତ୍ୟାରେ ପୋୖରାଞ୍ଚଳକୁ ଆସିଥିଲା।ସେଗୁଡିକ ବଣ୍ଟା ନହୋଇ ପାଠାଗାର ଭିତରେ ଗଚ୍ଛିତ ହୋଇ ରହିଛି।ଚୁଡା ଗୁଡିକ ଅଧିକ ଦିନ ବନ୍ଦ କୋଠରୀ ଭିତରେ ରହିଲେ ଗମରା ହେବାର ତିଳେ ମାତ୍ର ସନ୍ଦେହ ନାହିଁ।ତେଣୁ ଜିଲାପାଳ ମହୋଦୟ ସହୃଦୟ ସହକାରେ ଜିଲା ଦଳିତ ବିକାଶ ପରିଷଦର ଦାବିକୁ ବିଚାର କରି ମାର୍କଣ୍ଡପୁର ଆଦିବାସୀଙ୍କ ପରିବାରକୁ ବଣ୍ଟନ କରିବାକୁ ଜିଲା ଦଳିତ ବିକାଶ ପରିଷଦର ସଭାପତି ଶଙ୍କର ଦାସ ଦାବି କରିଛନ୍ତି।

related posts

Leave a Comment