Home Breaking News / ତାଜା ଖବର ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର(ଦିନେଶ ପଟ୍ଟନାୟକ): ଆଜିହେଉଛି ବିଶ୍ୱ ପରିବେଶ ଦିବସ। ଏହି ଅବସରରେ ପୂର୍ବତନ ବିଡିଓ ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ ସମ୍ପାଦକ ସୁବାସ ମାହାରଣଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ନିଜସ୍ଵ ଅର୍ଥରେ ବ୍ରହ୍ମପୁର କାରାଗାର ପରିସରରେ ୧୫୦ ବୃକ୍ଷ ରୋପଣ କରାଯାଇଥିଲା। ୫୦ଟି କାନା କାର୍ପସ,୩୦ଟି ବଉଳ ଏବଂ ୧୦ଟି ରାୟଲପାମ୍ ବୃକ୍ଷ ରୋପଣ କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ,ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ବିଧାୟକ ତଥା ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦ୍ରର , ଡି.ଏଫ୍.ଓ ଅମ୍ଳାନ ନାୟକ,ଜେଲର ସତ୍ୟ ନାରାୟଣ ବେହେରା ,ସୁପରଟେଣ୍ଣ ଗରିବ ସାହୁ , ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇ, ବିଜେଡ଼ି ନେତା ଜଗନ୍ନାଥ ସାବତ, ଲକ୍ଷ୍ମଣ ଚୌଧୁରୀ ,ଅନୀଲ ସାହୁ ସମେତ ବହୁ ପ୍ରଶାସନିକ ଅଧିକାରୀ ଓ ବିଜେଡି କର୍ମକର୍ତ୍ତା ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ତେବେ ଜାତିସଂଘ ପରିଷଦ ପକ୍ଷରୁ ୧୯୭୨ରେ ବିଶ୍ୱ ପରିବେଶ ଦିବସ ପାଳନ ନିଷ୍ପତ୍ତି ନିଆଯାଇଥିଲା ଏବଂ ୧୯୭୪ରେ ଏହା ପ୍ରଥମେ ଆମେରିକାର ପାଳନ କରାଯାଇଥିଲା। ସେବେ ଠାରୁ ପ୍ରତିବର୍ଷ ଜୁନ୍‍ ୫ ତାରିଖ ଦିନ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଆସୁଛି। ୨୦୨୦ରେ ଏହି ଦିବସର ବିଷୟବସ୍ତୁ ରଖାଯାଇଥିଲା ‘ଜୈବ ବିବିଧତାକୁ ନେଇ ଖୁସି ମନାଇବା’। ପରିବେଶ ବ୍ୟବସ୍ଥା ପୁନରୁଦ୍ଧାର ନିମନ୍ତେ ଆଜି ଜାତିସଂଘ ଦଶନ୍ଧି (୨୦୨୧-୩୦) ଅଭିଯାନ ଆରମ୍ଭ ହେଉଛି। ଏହି ବିଶ୍ୱସ୍ତରୀୟ ଅଭିଯାନ ଜଳବାୟୁ ପରିବର୍ତ୍ତନକୁ ରୋକିବା ଏବଂ ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦେବ। ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଥିବାବେଳେ ସମୁଦାୟ ବିଶ୍ୱ କୋଭିଡ-୧୯ ମହାମାରୀରେ ଜର୍ଜରିତ। ଏଥିରୁ ରକ୍ଷା ପାଇବାକୁ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଛନ୍ତି ବିଶ୍ୱବାସୀ। ଏହି ମହାମାରୀ ସମୁଦାୟ ପରିବେଶ ବ୍ୟବସ୍ଥା ନଷ୍ଟହେବା ଦ୍ୱାରା ତାହାର କିଭଳି ସାଂଘାତିକ ପ୍ରଭାବ ପଡୁଛି ତାହା ଆମକୁ ଦେଖାଇ ଦେଇଛି। ପ୍ରାଣୀ ଏବଂ ଅନ୍ୟ ଜୀବନ୍ତ ବସ୍ତୁଙ୍କର ପ୍ରାକୃତିକ ପରିବେଶ ସଙ୍କୁଚିତ ହେବା ଦ୍ୱାରା ତାହା କରୋନା ଭୂତାଣୁ ଭଳି ପାଥୋଜେନଗୁଡିକର ସଂଖ୍ୟା ବୃଦ୍ଧି ଏବଂ ବ୍ୟାପିବା ଦିଗରେ କିଭଳି ଅନୁକୂଳ ପରିବେଶ ଯୋଗାଇ ଦେଉଛି ତାହା ବର୍ତ୍ତମାନ ଦେଖିବାକୁ ମିଳୁଛି । ଏକ ସୁସ୍ଥ ପରିବେଶ ବଜାୟ ରଖିଲେ ଆମେ ଲୋକଙ୍କର ଜୀବନ, ଜୀବିକା ଏବଂ ଜଳବାୟୁ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ ଆମର ପ୍ରୟାସରେ ବୃଦ୍ଧି ଘଟାଇପାରିବା। ସେଥିପାଇଁ ଏହି ବିଶ୍ୱ ପରିବେଶ ଦିବସରେ ଆମର ପ୍ରତ୍ୟେକ କାର୍ଯ୍ୟକଳାପ ପରିବେଶ ସୁରକ୍ଷା ଦିଗରେ ସମର୍ପିତ ହେବା ଆବଶ୍ୟକ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ କହିଛନ୍ତି । ଦୀର୍ଘ ବର୍ଷ ଧରି ବ୍ରହ୍ମପୁରରେ ଏପରି ବୃକ୍ଷ ରୋପଣ କରିଆସୁଛନ୍ତି ବୃକ୍ଷ ପ୍ରେମୀ ସୁବାସ ମହାରଣା । ଏହି ପରିପ୍ରେକ୍ଷୀରେ ପରିବେଶ ର ସୁରକ୍ଷା ପାଇଁ ବୃକ୍ଷ ରୋପଣ ର ଆଵଶ୍ୟକତା ରହିଛି ପୂର୍ବତନ ବିଡ଼ିଓ ଅଧ୍ୟକ୍ଷ ସୁବାସ ମହାରଣା କହିଛନ୍ତି ।

related posts

Leave a Comment