ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲା ସୀମାନ୍ତ ବ୍ଲକ ଅମ୍ବାଦଳା ର ଅଞ୍ଚଜଳର ଦୁର୍ଗମ ଗ୍ରାମ ଗୁଡିକରେ କରନା ସଚେତନତା ଓ ମାସ୍କ ବଣ୍ଟନ କରାଯାଇଛି। ଏହି ବ୍ଲକ ରାୟଗଡ କଳାହାଣ୍ଡି ଜିଲ୍ଲାର ସଂଯୋଗ କରୁଥୁବା ବେଳେ ସୀମାନ୍ତରେ ରହିଥିବା ଆଦିବାସୀ ଅଧ୍ୟୁଷିତ ଅଂଚଳ ମାନଙ୍କରେ ବିକାଶ ପହଁଚିବା ଅପହଞ୍ଚ ଥିବା ବେଳେକରନା ଉପରେ ଜନଜାତୀଙ୍କ କୌଣସି ଧାରଣା ନାହିଁ। ତେଣୁ କରି ରାୟଗଡ ଜିଲ୍ଲା ସମ୍ପାଦକ ରମେଶ ସାମନ୍ତ ଅମ୍ବାଦଳା ବ୍ଲକ ଅଂଚଳର ଦିମିରି ଗୁଡା ପଞ୍ଚାୟତ ଦୁର୍ଗମ ରଘୁବାରି ଘାଟି ବୋରିଙ୍ଗି ପଦର, ଜାମ୍ପଦର, ଉମ୍ବଲ ଭଳି ଅନେକ ଗ୍ରାମକୁ ଯାଇ କରନା ଉପରେ ସଚେତନ କରି ସାବୁନ ରେ ହାତଧୋଇବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଭଳି ସେବା କାର୍ଯ୍ୟ ଗତ ୩୦/୩୧ ତାରିଖ ଠାରୁ ଚାଲୁ ରହିଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି। ଏହି କାର୍ଯ୍ୟକୁ ସବୁବେଳେ କରାଯାଉଛି ଓ କରାଯିବ ବୋଲି ଭାଜପା ସମ୍ପାଦକ କହିଛନ୍ତି।ଏହି ସେବା ଦଳ ଟିମରେ ଅମ୍ବାଦଳା ସେବା ପ୍ରମୁଖ ରବୀନ୍ଦ୍ର ବିଶ୍ୱାଳ, ରଘୁବରୀ ସେବା ପ୍ରଭାରୀ ହରେକୃଷ୍ଣ ବେହେରା,ଡିମିରିଗୁଡା ସରପଞ୍ଚ ସାନ ମାଝୀ ଓ ଲୁଟୁ ମାଝୀ ପ୍ରମୁଖ ଯାଇଥିଲେ।
ଦ୍ୱର୍ଗମ ରଘୁବାରି ଅଂଚଳରେ କରୋନା ସଚେତନତା ଓ ମାସ୍କ ବଣ୍ଟନ
Share with
previous post