Home Breaking News / ତାଜା ଖବର ପଲିଥିନ ତଳେ କଟୁଛି ଜୀବନ ଆବାସ ଯୋଜନା ପାଲଟିଛି ପ୍ରହସନ

ପଲିଥିନ ତଳେ କଟୁଛି ଜୀବନ ଆବାସ ଯୋଜନା ପାଲଟିଛି ପ୍ରହସନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମଗିରି(ଚିତ୍ତରଞ୍ଜନ ମହାନ୍ତି): ଫନି ବାତ୍ୟା କୁ ପୁରୀଛି ଦୁଇ ବର୍ଷ ହେଲେ ଏବେବି ହଟିନି ଲୋକଙ୍କ ମନରୁ ଦୁଖଃ, ଫନି ବାତ୍ୟା ରେ ଛାରଖାର ହେଇଗଲା ଅନେକ ଧନ ଜୀବନ ଭାଙ୍ଗି ପଡିଥିଲା ଅନେକ୍ ଚାଳଛପର ଘର,ରାଜ୍ୟ ସରକାର ପ୍ରତିଶ୍ରୁତି ଦେଲେ ଜାହାର ଅଛି କଚା ଘର ତା ମୁଣ୍ଡ ଉପରେ ହେବ ଛାତ ଘର, ଆଉ ସେଇ ସ୍ଲେଗାନ ଦେଇ ଆଗକୁ ବଢିଥିଲେ ରାଜ୍ୟ ସରକାର,ବାସ୍ତବରେ ଏ ଦୃଶ୍ୟ ଦେଖିଲେ ଆପଣ ଆଖିରୁ ଲୁହ ଅସିଜିବ ,ଆମେ କହୁଛୁ, ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଳକ, ବ୍ରହ୍ମଗିରି ଗ୍ରାମପଞ୍ଚାୟତ ଅଲାର ପୁର ଗ୍ରାମ ନିକଟସ୍ଥ , ପଦ୍ମପୁର ରେ ବାସ କରୁଥିବା ସୁବାଷ ଚନ୍ଦ୍ର ବାରିକ ଙ୍କ କଥା ,ସୁବାଷ ଙ୍କ ପରିବାର କେତେ ଦୟନୀୟ ଅବସ୍ଥାରେ ରହୁଛନ୍ତି ତାହା ଆଖି ରେ ନଦେଖିଲେ ବିଶ୍ୱାସ କରିହେବନି,ତାଙ୍କ ପରିବାର କହିଲେ ରୋଗିଣା ବୁଡି ମା , ସ୍ତ୍ରୀ ପୁଅଟିଏ କୁ ନେଇ ତାଙ୍କ ସଂସାର,ଫନି ବାତ୍ୟାରେ ତାଙ୍କ ଚାଳ ଛପର ଘରକୁ ମାଟିରେ ମିସାଇ ଦେଲା ବାତ୍ୟା,ହେଲେ ଅଭାବ ଆନାଟନ ଭିତରେ ଘରଟିଏ କରିପାରିଲେ ନାହିଁ ସୁବାଷ, ନିଜ ପରିବାର ଦୁଖଃ କୁ ସରପଞ୍ଚ ,ବିଡ଼ିଓ, ତହସିଲଦାର ଙ୍କ ଠାରୁ ଆରମ୍ଭ କରି ସମସ୍ତ ଙ୍କୁ ଜଣାଇଥିଲେ, ସମସ୍ତେ ଘର ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି, ହେଲେ ଫନି ବାତ୍ୟା କୁ ଦୁଇ ବର୍ଷ ପୁରିଗଲା ପଛେ ଘରଟିଏ ପାଇପାରିଲେ ନାହିଁ ସୁଵାଷ ଙ୍କ ପରିବାର ,ପଲିଥିନ କୁଡିଆ ତଳେ କଟୁଛି ଜୀବନ, ଗତ ୟାସ୍ ବାତ୍ୟା ରେ ଭୟଭୀତ ହୋଇପଡିଥିଲେ ପୁରା ପରିବାର,ସୁଵାଷ ଙ୍କ ପରିବାର ମୁଣ୍ଡ ଉପରେ କେବେ ହେବ ଛାତ ଘର କେବେ ହଟିବ ଏ ପଲିଥିନ କୁଡିଆ ।

related posts

Leave a Comment